ଭୁବନେଶ୍ୱର: ଜୁନ୍ ୧୮ ତାରିଖ (ଗୁରୁବାର)ରୁ ଆରମ୍ଭ ହେବ ରାଜ୍ୟର ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା । ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ଏହି ନାମ ଲେଖା ପକ୍ରିୟା ୪ଟି ପର୍ଯ୍ୟାୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୬ଷ୍ଠ ଶ୍ରେଣୀରେ ନାମଲେଖା ହେବାକୁ ଥିବା ବେଳେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ନାମଲେଖା କରାଯିବ ବୋଲି ସୂଚନା ମିଳିଛି।
ଏହା ଭିତରେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାର ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ମଧ୍ୟ ଶେଷ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା ଦେଇଥିବା ସୂଚନା ଅନୁସାରେ ମେଧାବୀ ତାଲିକା ଓ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ତାଲିକା ଜିଲ୍ଲାପାଳ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଚେୟାରମ୍ୟାନଙ୍କ ଦ୍ବାରା ଜିଲ୍ଲାସ୍ତରରେ ଅନୁମୋଦିତ ହୋଇସାରିଛି ।
ମେଧାବୀ ତାଲିକା ଅନୁଯାୟୀ ଓ ଲାଟେରାଲ ଏଣ୍ଟ୍ରି ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍ ୧୮ରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅନ୍ୟପଟେ ଜୁନ୍ ୨୯ରୁ ଜୁଲାଇ ୪ ମଧ୍ୟରେ କରାଯିବ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ନାମଲେଖା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୧୫ ସୁଦ୍ଧା ନାମଲେଖା ଶେଷ ହେବ।
BREAKING NEWS
- ଫୁଲ ମାଳ ପକାଇବା ନାଁରେ କହ୍ନୈୟା କୁମାରଙ୍କୁ ମାଡ଼, ଭିଡିଓ ଭାଇରାଲ
- ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଆଜି ଶେଷ ହେଉଛି ପ୍ରଚାର
- ଟୁରିଷ୍ଟ ବସ୍ରେ ନିଆଁ ଲାଗି ୮ ମୃତ, ୨୪ ଆହତ
- ଆଜି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, କାହିଁକି ପାଳିତ ହୁଏ ଏହି ଦିବସ
- ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ
- ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
- ବାହାରୁ ଆସିଥିବା କଳାପାହାଡ ହାତରେ ଓଡିଶା ମାଟିର ଇଜ୍ଜତ୍କୁ ଟେକି ଦେଇପାରିବିନି: ଅନୁଭବ ମହାନ୍ତି
- ବିଜେପି କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, କଡା ଜବାବ ଦେଲା ବିଜେପି
- ‘ହାରିବା ଭୟରେ ହିଂସାକୁ ଆପଣାଇଛି ବିଜେଡି’
- ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର