Latest Odisha News

BREAKING NEWS

ନିଟ ପରୀକ୍ଷା ସ୍ଥଗିତ ରହିବା ଗୁଜବ: ସ୍ପଷ୍ଟୀକରଣ ଦେଲା ଏନଟିଏ

ନୂଆଦିଲ୍ଲୀ: ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ନୋଟିସ ସାମାଜିକ ଗଣମାଧ୍ୟମରର ଭାଇରାଲ ହେଉଛି । ଏହି ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ଏନଟିଏ । ଏହି ନୋଟିସକୁ ଭିତ୍ତିହୀନ ସହ ଗୁଜବ ବୋଲି କହିଛି ଏନଟିଏ ।

ଏନଟିଏ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ଏଭଳି ଗୁଜବର ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛି । ଏପରି ଜନବିରୋଧୀ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସର୍ବସାଧାରଙ୍କ ଗୋଚରାର୍ଥେ ଜଣାଇଦିଆଯାଇଛି ଯେ, ଏପରି କୌଣସି ନିଷ୍ପତ୍ତି ଏନଟିଏ କିମ୍ବା ଏଥିସହ ସଂଶ୍ଳିଷ୍ଟ କୌଣସି ସଂସ୍ଥା ଦ୍ଵାରା ନିଆଯାଇ ନାହିଁ । ଜନସାଧାରଣ ଏଭଳି କୌଣସି ବିଭ୍ରାନ୍ତିକର ତଥ୍ୟର ବଶବର୍ତ୍ତୀ ନହୋଇ ଏନଟିଏର ବିଭାଗୀୟ ୱେବସାଇଟwww.nta.ac.in କିମ୍ବା ntaneet.nic.inରେ ଲଗଅନ କରି ସଠିକ ତଥ୍ୟ ହାସଲ କରିପାରିବେ।

Leave A Reply

Your email address will not be published.