ଭଦ୍ରକ: ସର୍ବଶିକ୍ଷା ଅଭିଯାନ, ଜି୍ଲ୍ଲା ପ୍ରୋଜେକ୍ଟ କୋ-ଅଡିନେଟରର ଟେକ୍ନିକାଲ୍ କନସଲଟାଣ୍ଟ ଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।
ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ବୈଲୋଚନା ପୁହାଣ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଭଦ୍ରକ ଓ ବାଲେଶ୍ୱର ଡିଭିଜନ୍ ଟିମ୍ ତାଙ୍କ ଅଫିସ ଓ ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଛନ୍ତି।
ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କ ଭଦ୍ରକର ଜଗନ୍ନାଥପୁର ଅନ୍ତର୍ଗତ ଆଚାର୍ଯ୍ୟ ନଗରରେ ଥିବା ବାସ ଭବନ, ବଣିଆସ୍ଥିତ ପୈତୃକ ଘର ଏବଂ ବନ୍ତ ଥାନା ଅନ୍ତର୍ଗତ ୨ଟି ଘରେ ମଧ୍ୟ ଚଢାଉ କରିଛି।
ଆହୁରି ମଧ୍ୟ ଭିଜିଲାନ୍ସ ଟିମ୍ ତାଙ୍କର ଅଫିସ ଚାମ୍ବରରେ ମଧ୍ୟ ଚଢାଉ କରିଥିବା ବେଳେ ଆୟବହିର୍ଭୁତ ସମ୍ପତ୍ତିର ସଠିକ୍ ଆକଳନ କରାଯାଇନଥିବା ସୁତ୍ରରୁ ପ୍ରକାଶ ।
Comments are closed.