Latest Odisha News

ଗଞ୍ଜାମ: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଲୁଟ ଉଦ୍ୟମ

ଶେରଗଡ: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଗ୍ରାମ ପଞ୍ଚାୟତରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗତକାଲି ବିଳମ୍ବିତ ରାତିରେ କିଛି ଅସମାଜିକ ବ୍ୟକ୍ତି ବ୍ୟାଙ୍କ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ ।

ସକାଳୁ ସକାଳୁ ସେହି ଗ୍ରାମର କିଛି ବ୍ୟକ୍ତି ବ୍ୟାଙ୍କର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ସଙ୍ଗେ ସଙ୍ଗେ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଗତ କିଛି ଦିନ ତଳେ ହିଞ୍ଜିଳି ପୋଲିସ ଏକ ଡକାୟତ ଯୋଜନା ଭଣ୍ଡୁର କରି କିଛି ଅପରାଧୀଙ୍କୁ ଗିରଫ କରିଥିଲା । ଅସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ସୂଚନା ମିଳିଛି ଯେ,ବ୍ୟାଙ୍କରୁ କୌଣସି ପ୍ରକାରର ଚୋରି ହୋଇନାହିଁ, କେବଳ ବ୍ୟାଙ୍କର ଗେଟ୍ ଓ କେମେରା ଭଙ୍ଗାରୁଜା କରି ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.