Latest Odisha News

BREAKING NEWS

ରସୁଲଗଡ ନିକଟରୁ ସାଢେ ୪ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ତିନି ଅଟକ

ଭୁବନେଶ୍ୱର: ରାଜଧାନୀରେ ପ୍ରାୟ ସାଢେ ୪ କେଜି ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ ସାଢେ ଚାରି କୋଟି ଟଙ୍କା । ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ରସୁଲଗଡରେ ଚଢଉ କରି ଏହାକୁ ଜବତ କରିଛି ।

ଏକ ସଙ୍ଗରେ ଏତେ ପରିମାଣର ବ୍ରାଉନସୁଗାର ଜବତ ହେବାରେ ଏହା ରେକର୍ଡ ବୋଲି ପୋଲିସ କହିଛି । ଏଥିରେ ସଂପୃକ୍ତ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ ।

ସେପଟେ ଜଟଣୀ ବଡରଘୁନାଥପୁର ଅଂଚଳରେ କୁଇକ ଆକ୍ସନ ଟିମ୍ ଓ ପୋଲିସର ମିଳିତ ଚଢଉ ବେଳେ ପ୍ରାୟ ୭୦୬ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସୌମ୍ୟ ରଂଜନ ବଳିଆରସିଂହ ଓ ରଂଜିତ କୁମାର ନାୟକ । ସେମାନେ ବ୍ୟବହାର କରୁଥିବା ଏକ କାର, ସ୍କୁଟି, ୧୮୨୦ ଟଙ୍କା ଓ ତିନିଟି ମୋବାଇଲକୁ ଜବତ କରିଛି ପୋଲିସ ।

Leave A Reply

Your email address will not be published.