Latest Odisha News

BREAKING NEWS

ଓଡିଶାର ୨ ନୂଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାମ ଘୋଷଣା କଲେ ରାଜ୍ୟପାଳ

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି (ଭିସି) ପ୍ରଫେସର ଦୀପକ କୁମାର ବେହେରା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯଥାକ୍ରମେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମନୋନୀତ ହୋଇଛନ୍ତି ।

ଉଭୟ ଦୀପକ ଏବଂ ଗୋବିନ୍ଦ ଏହି ଦୁଇଟି ନୂତନ ବିଶ୍ୱବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ରହିବେ। ଯେପର୍ଯ୍ୟନ୍ତ ଉକ୍ତ ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଭିସି ଯୋଗ ନଦେଇଛନ୍ତି ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି ।

ଗତ ୨୦୧୯ ମସିହା ମାର୍ଚ୍ଚ ୬ ତାରିଖରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା ଏବଂ ବାଲାଙ୍ଗୀରର ରାଜେନ୍ଦ୍ର ସ୍ୱୟଂଶାସିତ କଲେଜକୁ ରାଜ୍ୟ ସରକାର ଏକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅଧୀନରେ ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାର ୬୫ଟି ଅନୁବନ୍ଧିତ କଲେଜ ଥିବାବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ କଳାହାଣ୍ଡି ଏବଂ ନୁଆପଡା ଜିଲ୍ଲାରେ ୫୦ ଟି କଲେଜ ରହିଛି।

ପ୍ରଫେସର ଚକ୍ରପାଣି ବର୍ତ୍ତମାନ ଉତ୍ତରାଖଣ୍ଡସ୍ଥିତ ଆଇଆଇଟି ରୁରକିରେ ପୃଥିବୀ ବିଜ୍ଞାନ ବିଭାଗର ପ୍ରଫେସର ଭାବରେ କାର‌୍ୟ୍ୟ କରୁଛନ୍ତି। ମୁମ୍ବାଇର ଆଇଆଇଟିରୁ ଆପ୍ଲାଏଡ୍ ଜିଓଲୋଜିରେ ଏମଏସସି ଶେଷ କରିବା ପରେ ସେ ପରିବେଶ ବିଜ୍ଞାନରେ ଏମ ଫିଲ୍ ଏବଂ ପରିବେଶ ଜିଓ ସାଇନ୍ସରେ ନୂଆଦିଲ୍ଲୀର ଜେଏନୟୁରୁ ପିଏଚଡି କରିଥିଲେ।

ଆହୁରି ମଧ୍ୟ ୧୯୯୧-୯୨ ମସିହାରେ ଆମେରିକାର ଡେଲାୱେର୍ ୟୁନିଭରସିଟିରୁ ସାମୁଦ୍ରିକ ବିଜ୍ଞାନରେ ସେ ପୋଷ୍ଟ ଡକ୍ଟରାଲ୍ କରିଥିଲେ। ତାଙ୍କର ୨୭ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଏବଂ ଅନେକ ପଦବୀ ଦାୟିତ୍ୱ ତୁଲାଇବା ସହ ତାଙ୍କର ୨୩ ବର୍ଷର ଏକାଡେମିକ୍ ଆଡମିନିଷ୍ଟ୍ରେଟିଭରେ ଅଭିଜ୍ଞତା ଅଛି।

ସେହିପରି ପ୍ରଫେସର ବେହେରା ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭିସି ଭାବରେ କାର୍ଯ୍ୟ କରିଥିଲେ। ଆନ୍ଥ୍ରୋପୋଲୋଜି ଏବଂ ସମାଜବିଜ୍ଞାନରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ପ୍ରଫେସର ତଥା ଆନ୍ଥ୍ରୋପୋଲୋଜି ବିଭାଗର ମୁଖ୍ୟ ଥିବା ଶ୍ରୀ ବେହେରାଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ତାଙ୍କର ପ୍ରାୟ ୪୫ଟି ରିସର୍ଚ ପେପର ପ୍ରକାଶ ପାଇଛି ।

Leave A Reply

Your email address will not be published.