ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାର କୋଭିଡ-୧୯ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଦ୍ୟତମ ସୂଚନା ପ୍ରକାଶ କରିଛନ୍ତି । ରାଜ୍ୟରେ ଜୁନ୍ ୨୨ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଛି । ସେଥିମଧ୍ୟରୁ ପୁରୁଷ ଆକ୍ରାନ୍ତ ୪୪୬୪ (୮୪.୨%) ରହିଥିବା ବେଳେ ୮୩୯ (୧୫.୮%) ମହିଳା ରହିଛନ୍ତି ।
ଅଧିକ ପଢନ୍ତୁ – ଓଡିଶାରେ ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ
ବୟସ ଦୃଷ୍ଟିରୁ ଦେଖିବାକୁ ଗଲେ ୭୧.୮% (୩୮୦୫) ଜଣ ଆକ୍ରାନ୍ତ ୧୫-୪୦ ବର୍ଷ ମଧ୍ୟରେ, ୨୨.୧% (୧୧୭୦) ରୋଗୀ ୪୧-୬୦ ବର୍ଷ ମଧ୍ୟରେ ରହିଛନ୍ତି । ସେହିପରି ଭାବେ ୩.୩% (୧୭୭) କରୋନା ଆକ୍ରାନ୍ତ ୦-୧୪ ବର୍ଷ ମଧ୍ୟରେ । ତେବେ ୧୫୧ ଜଣ କରୋନା ରୋଗୀଙ୍କ ବୟସ ୬୦ ବର୍ଷରୁ ଅଧିକ ଅର୍ଥାତ୍ ଏହା ସମୁଦାୟ ଆକ୍ରାନ୍ତଙ୍କ ୨.୮ ପ୍ରତିଶତ ।
ଅଧିକ ପଢନ୍ତୁ: କରୋନା ଦୂର କରିବ ‘କୋରୋନିଲ’, ୭ ଦିନରେ ସୁସ୍ଥ ହେବେ ରୋଗୀ !
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ରାଜ୍ୟରେ ଏପ୍ରିଲ୍ ୨୧ରୁ ଅନବରତ ଜୁନ୍ ୨୨ ପର୍ଯ୍ୟନ୍ତ ୨,୩୧,୩୫୬ ଜଣ ବ୍ୟକ୍ତିଙ୍କର କରୋନା ଟେଷ୍ଟ୍ କରାଯାଇ ପାରିଛି ।
ରାଜ୍ୟରେ ଏବେ ଦୈନିକ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମେ ୬ ତାରିଖରେ ଏହା ୨୮ ରହିଥିବା ବେଳେ ଏବେ ଆନୁପାତିକ ଭାବେ ପ୍ରତିଦିନ ବୃଦ୍ଧି ପାଇ ୧୫୦ରେ ପହଞ୍ଚିଛି ।
Comments are closed.