Latest Odisha News

BREAKING NEWS

ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ: ପୁଣି ଥରେ ଖୋଲିବ କରତାରପୁର କରିଡର । ଆସନ୍ତା ସୋମବାରଠାରୁ ଶିଖ ଯାତ୍ରୀଙ୍କ ପାଇଁ କରତାରପୁର କରିଡର ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ହୋଇଛି । ଏନେଇ ଶନିବାର ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଟୁଟ୍ କରିଛନ୍ତି ।

ଟୁଇଟ୍‌ରେ ସେ ଲେଖିଛନ୍ତି, ସମଗ୍ର ବିଶ୍ବରେ ଉପାସନାସ୍ଥଳୀ ସବୁ ଖୋଲୁଥିବାରୁ ୨୦୨୦ ପାକିସ୍ତାନ ସମସ୍ତ ଶିଖ୍ ଯାତ୍ରୀଙ୍କ ପାଇଁ କର୍‌ତାର୍‌ପୁର ସାହିବ କରିଡର୍ ଖୋଲିବାକୁ ପସ୍ତୁତି କରୁଛି। ମହାରାଜା ରଣଜୀତ ସିଂହଙ୍କ ଶ୍ରାଦ୍ଧ ଦିବସ ଜୁନ୍ ୨୯ ତାରିଖ ଠାରୁ ପୁଣି କରିଡର୍ ଖୋଲିବାକୁ ଆମର ପ୍ରସ୍ତୁତି ସଂକ୍ରାନ୍ତରେ ଭାରତକୁ ଅବଗତ କରାଯାଇଛି।

ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ପଞ୍ଜାବର ଗୁରଦାସପୁର ଜିଲ୍ଲା ଏବଂ ପାକିସ୍ତାନର କର୍‌ତାର୍‌ପୁର ସାହିବ ଗୁରଦ୍ବାରକୁ ସଂଯୋଗ କରୁଥିବା କରିଡର୍ ଉଦ୍‌ଘାଟନ କରିଥିଲେ। ପରେ କୋଭିଡ-୧୯ ମହାମାରୀ ସଂକ୍ରମଣ ରୋକିବାକୁ ସତର୍କମୂଳକ ପଦକ୍ଷେପସ୍ୱରୂପ ଏହି କରିଡରକୁ ବନ୍ଦ ରଖାଯାଇଥିଲା ।

Comments are closed.