Latest Odisha News

BREAKING NEWS

କଟକରେ ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

କଟକ: କଟକ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପକ୍ଷରୁ ସୂଚନା ମିଳିଛି । ଏହି ଆକ୍ରାନ୍ତ ଜଣଙ୍କ ଜଣେ ୪୭ ବର୍ଷ ବୟସ୍କା ମହିଳା ହୋଇଥିବା ବେଳେ ସେ ମହାନଦୀ ବିହାରର ବୋଲି ଜଣାପଡିଛି। ଉକ୍ତ ମହିଳା ଜଣଙ୍କ ଜୁନ ୧୬ ତାରିଖରେ ଅନ୍ୟ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

ଜଣେ ସିଏମସି ଅଧିକାରୀ ଦେଇଥିବା ସୁଚନା ଅନୁସାରେ, “ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଶନିବାର ଦିନ ଚିନ୍ହଟ ହୋଇଥିବା ନୂଆ ମାମଲା ସହିତ, କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.