Latest Odisha News

BREAKING NEWS

‘ରାଉରକେଲା ମହାନଗର ନିଗମ’ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଶନିବାର ଦିନ ଜିଲ୍ଲାପାଳ ନିଖିଲ୍ ପୱନ କଲ୍ୟାଣ ବୁଲି ଦେଖିଛନ୍ତି । ରାଉରକେଲା ମହାନଗର ନିଗମର କମିଶନର  ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ବୁଲି ଦେଖାଇବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।

ମିଳିଥିବା ସୂଚନାନୁଯାୟୀ, ପ୍ରଥମେ ତରକେରା ଠାରେ ନିର୍ମିତ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ଯାଇ  ସେଠାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାର୍ଯ୍ୟ କିଭଳି ଚାଲିଛି  ଜିଲ୍ଲାପାଳ ତାହାର ସମୀକ୍ଷା କରିଥିଲେ। ସେଠାରେ ଆବଶ୍ୟକ ରାସ୍ତା ନିର୍ମାଣ ଲାଗି ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

ତା ପରେ ସିଭିଲ ଟାଉନସିପ ମୁଖ୍ୟ ଡ୍ରେନ, ଛେଣ୍ଡ କଳିଙ୍ଗ ବିହାର ମୁଖ୍ୟ ଡ୍ରେନ, ସେଣ୍ଟ୍ରାଲ ପାର୍କ ଓ ଏହାର ପାର୍ଶ୍ଵବର୍ତ୍ତି ଅଂଚଳର ଆବଶ୍ୟକ ଉନ୍ନତିକରଣ, ହାଉସିଂ ପ୍ରକଳ୍ପ, ସ୍ବେରେଜ ପ୍ରକଳ୍ପ ଅଧୀନରେ ଚାଲିଥିବା ପାଇପ ବିଛା କାର୍ଯ୍ୟ ଆଦି ବୁଲି ଦେଖି ତାହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରକଳ୍ପ ସ୍ଥାନରେ ଉଭୟ ଅଧିକାରୀ ସ୍ଥାନୀୟ ଲୋକଙ୍କ ସହ ବି ଆଲୋଚନା କରି ଅଂଚଳର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Comments are closed.