କଟକ: କଟକ ସିଏମ୍ସି ଅଂଚଳକୁ ବାହାର ରାଜ୍ୟରୁ ଏଯାଏଁ ୫,୧୦୧ ଜଣ ପ୍ରବାସୀ ଆସିଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍ସି କମିଶନର ଅନନ୍ୟା ଦାସ କହିଛନ୍ତି ।
ସେ କହିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ଟ୍ରାକ୍ କରାଯାଇ ସଂଗରୋଧ ବ୍ୟବସ୍ଥା କରାଯାଇଛି। ସିଏମ୍ସି ଅଧିନରେ ୩୮୯୨ ବାହାର ଫେରନ୍ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ, ଇନଷ୍ଟ୍ୟୁଚସନାଲ କ୍ୱାରେଣ୍ଟାଇନରେ ୯୪୯ ଓ ୨୬୦ ଜଣ ଦେୟ କ୍ୱାରେଣ୍ଟାଇନରେ ଥିଲେ। ଆବଶ୍ୟକ ସୁବିଧା ଥିଲେ ହୋମ କ୍ୱାରେଣ୍ଟାଇନ ଅନୁମତି ଦିଆଯାଇଛି। ବିଭିନ୍ନ ହୋଟେଲରେ ପେଡ ସଂଗରୋଧ ବ୍ୟବସ୍ଥା କରାଯାଇଛି। ସିଏମସି ଲୋକଙ୍କ ପାଇଁ କଣ୍ଟ୍ରୋଲ ରୁମ ନମ୍ବର ୭୦୭୭୭୭୫୫୫୫ ଜାରି କରାଯାଇଛି। ଲୋକେ ସିଏମ୍ସିକୁ ଏହି ନମ୍ବରରେ କରୋନା ସଂପର୍କିତ ତଥ୍ୟ ଦେଉଛନ୍ତି।
ସେ କହିଛନ୍ତି, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ନଜର ରଖାଯାଉଛି। ଅସୁବିଧା ଦେଖିଲେ ତାଙ୍କର ନମୁନା ପରୀକ୍ଷା କରାଯାଉଛି। ସେହିଭଳି ଘରୋଇ ହସ୍ପିଟାଲରେ ଯାଞ୍ଚ କରାଯାଉଛି। କୋଭିଡ ଗାଇଡଲାଇନ ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଗାଇଡ଼ଲାଇନ ପାଳନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
Comments are closed.