ଭୁବନେଶ୍ୱର: ବାହୁଡ଼ା ଯାତ୍ରା ଲାଗି ମଙ୍ଗଳବାର ରାତି ୯ଟାରୁ ପୁରୀ ଜିଲ୍ଲାରେ ସରକାରୀ ଡ୍ୟୁଟି/ପୋଲିସ ଏବଂ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ପାସେଞ୍ଜର ଟ୍ରେନ୍ ଏବଂ ବେସରକାରୀ ଗାଡ଼ି କିମ୍ବା ଘରୋଇ ବସ୍ ପ୍ରବେଶକୁ ଓଡିଶା ସରକାରଙ୍କ ପକ୍ଷରୁ ମନା କରାଯାଇଛି।
ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଗୁରୁବାର ରାତି ୧୧ଟା ୩୦ମି. ଯାଏଁ ଲାଗୁ ହେବ।
ପୁରୀରେ ବାହୁଡ଼ା ଯାତ୍ରା (ଜୁଲାଇ ୧) ଏବଂ ସୁନା ବେଶ (ଜୁଲାଇ ୨) ଆଦି ରୀତିନୀତିକୁ ସୂଚାରୁରୂପେ ପରିଚାଳନା କରିବା ଲାଗି ସରକାରଙ୍କ ପକ୍ଷରୁ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି।
Comments are closed.