Latest Odisha News

BREAKING NEWS

ଖୋର୍ଦ୍ଧା ଜିଲ୍ଲାରେ କଡାକଡି ହେଲା କଟକଣା: ମାତ୍ର ୧୪ ଘଣ୍ଟା ପାଇଁ ଖୋଲିବ ଦୋକାନବଜାର

ଯାଜପୁର : କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।
ଆଜିଠୁ ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଯାଏଁ ଖୋଲିବ ଦୋକାନବଜାର। ଏହି କଟକଣା ଜୁଲାଇ ୧୫ ଯାଏ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା । ଏହାବାଦ ପ୍ରତି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲାରେ ସାପ୍ତାହିକ ସଟ୍‌ ଡାଉନ ଜାରି ରହିବ। ରାତ୍ରିକାଳୀନ କର୍ଫ୍ୟୁ ରାତି ୯ ଘଟିକାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଯେକୌଣସି କ୍ଷେତ୍ର ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଆବଶ୍ୟକ କାର୍ଯ୍ୟ ପାଇଁ ନିଷିଦ୍ଧ ସମୟସୀମା ମଧ୍ୟରେ ବାହାରକୁ ଗଲେ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comments are closed.