କଣିହାଁ: ପରିବାର ପାଇଁ ପୁଣି ଅଲୋଡ଼ା ହୋଇଛି ଆଉ ଏକ ଶିଶୁ କନ୍ୟା । ତାଳଚେର କଣିହାଁ ବ୍ଲକ ରେଗାଂଳି ଥାନା ଅଂଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର କିଛି ଯୁବକ ସକାଳୁ ସକାଳୁ ଛତୁ ଖୋଜିବା ପାଇଁ ଶୁଆଝରି ଜଗଂଲକୁ ଯାଇଥିଲେ । ଦୁଷ୍ମନ୍ତ ନାଏକ ନାମକ ଜଣେ ଯୁବକ ଏହି ଶିଶୁକନ୍ୟା ଟିକୁ ଜଙ୍ଗଲ ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେ ଶିଶୁଟିକୁ ଉଦ୍ଧାର କରି ବଜ୍ରକୋଟ ମେଡିକାଲକୁ ଆଣିବା ସହ ରେଙ୍ଗାଳି ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ରେଙ୍ଗାଳି ପୋଲିସ ପହଁଚି ଘଟଣାର ତନାଘନା ଆରମ୍ଭ କରିଛି । ଶିଶୁକନ୍ୟାଟିକୁ ପ୍ରଥମେ କଣିହାଁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା ଓ ପରେ ଶିଶୁଟିକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ସମୟରେ ଏହିସବୁ ଘଟଣା ସମ୍ନାକୁ ଆସିଲେ ଏପରି ଲାଗୁଛି ଝିଅଙ୍କ ପାଇଁ ସରକାରଙ୍କ ତୁହାକୁ ତୁହା ଯୋଜନା ଯେପରି ବେଟି ବଚାଓ , ବେଟି ପଢାଓ ଆଦି ସେପରି ଫଳଶୂନ୍ୟ ହୋଇଛି ।
BREAKING NEWS
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ

Comments are closed.