କଣିହାଁ: ପରିବାର ପାଇଁ ପୁଣି ଅଲୋଡ଼ା ହୋଇଛି ଆଉ ଏକ ଶିଶୁ କନ୍ୟା । ତାଳଚେର କଣିହାଁ ବ୍ଲକ ରେଗାଂଳି ଥାନା ଅଂଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର କିଛି ଯୁବକ ସକାଳୁ ସକାଳୁ ଛତୁ ଖୋଜିବା ପାଇଁ ଶୁଆଝରି ଜଗଂଲକୁ ଯାଇଥିଲେ । ଦୁଷ୍ମନ୍ତ ନାଏକ ନାମକ ଜଣେ ଯୁବକ ଏହି ଶିଶୁକନ୍ୟା ଟିକୁ ଜଙ୍ଗଲ ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେ ଶିଶୁଟିକୁ ଉଦ୍ଧାର କରି ବଜ୍ରକୋଟ ମେଡିକାଲକୁ ଆଣିବା ସହ ରେଙ୍ଗାଳି ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ରେଙ୍ଗାଳି ପୋଲିସ ପହଁଚି ଘଟଣାର ତନାଘନା ଆରମ୍ଭ କରିଛି । ଶିଶୁକନ୍ୟାଟିକୁ ପ୍ରଥମେ କଣିହାଁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା ଓ ପରେ ଶିଶୁଟିକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ସମୟରେ ଏହିସବୁ ଘଟଣା ସମ୍ନାକୁ ଆସିଲେ ଏପରି ଲାଗୁଛି ଝିଅଙ୍କ ପାଇଁ ସରକାରଙ୍କ ତୁହାକୁ ତୁହା ଯୋଜନା ଯେପରି ବେଟି ବଚାଓ , ବେଟି ପଢାଓ ଆଦି ସେପରି ଫଳଶୂନ୍ୟ ହୋଇଛି ।
BREAKING NEWS
- ଏଏମ୍/ଏନ୍ଏସ୍ ଇଣ୍ଡିଆ ଏନଇସିଏ ୨୦୨୫ର ଶ୍ରେଷ୍ଠ ନବସୃଜନ ପୁରସ୍କାରରେ ସମ୍ମାନିତ
- ବାରମ୍ୱାର ଆସୁଛି କି Silent Calls? ଜାଣନ୍ତୁ ଏହା କ’ଣ… ନହେଲେ ଫସିଯିବେ
- ମୋବାଇଲ ୟୁଜର୍ସଙ୍କୁ ଝଟ୍କା ! କିଛି ଦିନ ଭରତେ ବଢ଼ିିଯିବ ରିଚାର୍ଜ ପ୍ଲାନ
- ଭାରତୀୟ ବିମାନ ଉପରେ କଟକଣା ବଢ଼ାଇଲା ପାକିସ୍ତାନ…
- ମୃତଦେହକୁ ସୁପ କରି ପିଅନ୍ତି ଏହି ଜନଜାତିର ଲୋକ, ପରମ୍ପରା ଜାଣି ଚମକି ଉଠିବେ
- ତିନି ଲକ୍ଷ ଟଙ୍କାର ରୂପା ୨୦୫୦ ବେଳକୁ କେତେ ହୋଇଯାଇଥିବ ? ଶୁଣିଲେ ଆପଣ ଆଜିଁ ହଁ ନିବେଶ କରିବା ଆରମ୍ଭ କରିବେ !
- ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’
- ମୟୂରଭଞ୍ଜ ଏବଂ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏହି ସୂଚନା ଦେଲେ ରେଳ ମନ୍ତ୍ରୀ…
- ଭୁବନେଶ୍ୱରରେ ହେବ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ
- India summons Bangladesh High Commissioner: ଭାରତକୁ ଧମକ…ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ
Comments are closed.