ଜମ୍ମୁ କଶ୍ମୀର: ପୂର୍ବ ଲଦାଖର ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପ୍ରିଙ୍କରୁ ସେନ୍ୟ ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ । ବୀବାଦୀୟ ସ୍ଥାନରୁ ଦୁଇ ଦେଶ ପଛକୁ ହଟିବା ନେଇ ସହମତି ହୋଇଛି । ପୂର୍ବ ଭଳି ସୀମାରେ ଶାନ୍ତି ବଜାର ରଖିବେ । ଦୁଇ ଦେଶର ସେନା ମଧ୍ୟରେ ଏନେଇ ୧୨ ଘଣ୍ଟାର ମାରାଥନ୍ ଆଲୋଚନା ହୋଇଛି ।
ପାନଙ୍ଗଙ୍ଗ ସୁ ସ୍ଥିତି ଅସ୍ପଷ୍ଟ
ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପିଙ୍ଗରୁ ସେନା ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲେ ବି ବିବାଦୀୟ ପାନଙ୍ଗଙ୍ଗ ସୁ ନେଇ ସ୍ଥିତି ଅସ୍ପଷ୍ଟ । ଯାହାକୁ ନେଇ ଗତ ମାସ ୧୫ ତାରିଖରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।
ପାନଙ୍ଗଙ୍ଗ ସୁ ନିକଟରେ ଚୀନ୍ ସେନା ବହୁ ସଂଖ୍ୟାରେ ବଙ୍ଗର ନିର୍ମାଣ କରିଛି । ଡ୍ରାଗନ୍ ସେନା ଫିଙ୍ଗର-୪ ରୁ ପିଙ୍ଗର-୮ ଯାଏ କବଜା କରିଲାଣି । ଯାହାକୁ ବିରୋଧ କରୁଛି ଭାରତ । ବଙ୍କର ହଟାଇବାକୁ ବାରମ୍ବାର ଦାବି କରି ଆସୁଛି ।

ଗଲଓ୍ୱାନ ଓ ହଟସ୍ପ୍ରିଙ୍ଗ ଏରିଆରୁ ପଛ ଘୁଞ୍ଚା ଦେବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛି ଚୀନ୍ । ପୂର୍ବରୁ ଜୁନ୍ ୬ ଓ ୨୨ ତାରିଖରେ ବି ସେହି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ନେଇ କଥା ଦେଇଥିଲା । କିନ୍ତୁ କାମରେ କରି ଦେଖାଉନି । ମିଛୁଆ ଚୀନର କଥା ଗୋଟେ ଓ କାମ କରୁଛି ଆଉ ଗୋଟେ । ଏବେ ଦେଖିବା କଥା ତୃତୀୟ ଥର ଆଲୋଚନାରୁ ବାହାରିଥିବା ନିଷ୍ପର୍ଷକୁ କିଭଳି ପାଳନ କରୁଛି ପ୍ରତାରକ ଚୀନ୍ ।
BREAKING NEWS
- ଜାମ୍ମୁର କିସ୍ତୱାଡରେ ଏନକାଉଣ୍ଟର; ୩ ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି ସୁରକ୍ଷା ବାହିନୀ
- ଜ୍ୟାକି ଚାନଙ୍କ ମୃତ୍ୟୁ ପରେ ରିଲିଜ ହେବ ତାଙ୍କର ଶେଷ ଗୀତ
- ହକି ଇଣ୍ଡିଆ ଲିଗ୍-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍ପିସି କ୍ୟାଡେଟ୍
- ରାଜଧାନୀରେ ବୁଲିଲା ଖଣ୍ଡା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..
- Iran Fortifies Nuclear Sites: ମାଟି ତଳେ ଇରାନର ପରମାଣୁ ବମ୍, ତାଟକା ଡୋନାଲ୍ଡ ଟ୍ରମ୍ପ୍!
- Youth Arrested: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ପଡିଲା ମହଙ୍ଗା; ଯୁବକ ଗିରଫ
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
Comments are closed.