Latest Odisha News

BREAKING NEWS

ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ଏଭେରଟନ ଓ୍ୱିକେସଙ୍କ ପରଲୋକ

ନୂଆଦିଲ୍ଲୀ: ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପୂର୍ବତନ ବ୍ୟାଟସମ୍ୟାନ୍ ଏଭେରଟନ ଓ୍ୱିକେସଙ୍କର ବୁଧବାର ଦିନ ନିଧନ ଘଟିଛି। ୯୫ ବର୍ଷ ଏହି ମହାନ କ୍ରିକେଟର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଭେରଟନ ଓ୍ୱିକେସଙ୍କୁ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ବୋଲି କୁହାଯାଏ। ସେ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ଫାଉଣ୍ଡିଂ ଫାଦର ନାମରେ ମଧ୍ୟ ଜଣାଶୁଣା ।

ଏଭେରଟନ ଓ୍ୱିକେସଙ୍କ ଜନ୍ମ ୧୯୨୫ ମସିହା ଫେବୃଆରୀ ୨୬ରେ ହୋଇଥିଲା। ସେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ୧୪ ବର୍ଷ ବୟସରେ ସେ ସ୍କୁଲ୍ ଛାଡ଼ି ଦେଇଥିଲେ। ଏହାପରେ ସେ ସ୍ଥାନୀୟ କ୍ଲବରୁ କ୍ରିକେଟ ଖେଳୁଥିଲେ।

ସେ ୧୯୪୮ ମସିହାରେ କ୍ରିକେଟ କ୍ୟାରିଅର ଆରମ୍ଭ କରି ୧୦ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ୪୮ଟି ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୪୫୫ ରନ୍ ସଂଗ୍ରହ କରିଥିଲେ ସେ। ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୦୭ ଥିଲା। ଲଗାତାର ୫ ଟି ଶତକ ମାରିବାରେ ଇଭେରଟନ ଓ୍ୱିକେସଙ୍କ ନାମରେ ରହିଛି ରେକର୍ଡ।
୪୮ଟି ଟେଷ୍ଟ ମ୍ୟାଚରୁ ସେ ମାରିଥିଲେ ୧୫ଟି ଶତକ।୧ ୯୪୮ରେ ମାର୍ଚ୍ଚରୁ ଡିସେମ୍ୱର ମଧ୍ୟରେ ସେ ଲଗାତାର ୫ଟି ଶତକ ମାରିଥିଲେ। ସେ ଷଷ୍ଠ ଥର ପାଇଁ ମଧ୍ୟ ଶତକ ମାରିଥାନ୍ତେ। ହେଲେ ଅମ୍ପଏୟାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଏଭେରଟନ ୯୦ ରନରେ ଆଉଟ୍ ହୋଇଥିଲେ।
କ୍ରିକେଟରେ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ସେ କ୍ରିଜରେ ଗ୍ରାଉଣ୍ଡ ଷ୍ଟାଫ ଭାବରେ କାର୍ଯ୍ୟ କରୁଥିଲେ।

Comments are closed.