ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରିଛି । ଗତ ମାର୍ଚ୍ଚ ମାସରେ ପ୍ରଥମ ପଜିଟିଭ୍ କେସ୍ ବାହାରିଥିଲା । ମାର୍ଚ୍ଚରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ମାତ୍ର ୪ । ଏହି ପାଞ୍ଚ ମାସ ଭିତରେ ସଂଖ୍ୟା ୮ ହଜାର ୧୦୬ ଛୁଇଁଛି । ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି ଜୁନ୍ ମାସରେ ଅଧିକ ପଜିଟିଭ୍ ବାହାରିଛନ୍ତି ।
ଜୁନରେ ଅଧିକ ସଂକ୍ରମଣ
ଜୁନ୍ ୨ ତାରିଖରୁ ଆଜି ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ ହଜାର ୭୧୮ ନୂଆ ଆକ୍ରାନ୍ତ । ଜୁନ୍ ୨ ତାରିଖରେ ପଜିଟିଭ୍ ସଂଖ୍ୟା ଥିଲା ୨ ହଜାର ୩୮୮ । ଆକ୍ଟିଭ୍ କେସ୍ ରହିଥିଲା ୧୦୫୪ । ୭ ଜଣଙ୍କର ଜୀବନ ନେଇଥଲା କରୋନା । ଗତକାଲି ସୁଦ୍ଧା ରାଜ୍ୟେର ପଜିଟିଭ୍ କେସ୍ ୮ ହଜାର ୧୦୬ । ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଯେତିକି ସଂକ୍ରମିତ ତାର ୭୦ ପ୍ରତିଶତ କେବଳ ଜୁନ୍ ୨ରୁ ଆଜି ଭିତରେ ବାହାରିଛନ୍ତି । ଦୈନିକ ହାରାହାରି ସାମନାକୁ ଆସିଛି ୧୮୪ ପଜିଟିଭ୍ କେସ୍ ।
ଜୁନ୍ ମାସରେ ୧୮ ମୃତ
ସେହିପରି ଜୁନ ଦୁଇ ତାରିଖରୁ ଆଜି ଭିତରେ ଅଧିକ ଲୋକଙ୍କ ଜୀବନ ବି ନେଇଛି ପ୍ରାଣଘାତୀ ଭାଇରସ୍ । ରାଜ୍ୟରେ ମୋଟ୍ କରୋନା ମୃତ୍ୟ ସଂଖ୍ୟା ୨୯ । କେବଳ ଜୁନ୍ ମାସରେ ୧୮ ଜଣଙ୍କର ମୁଣ୍ଡ ନେଇଥିଲା କରୋନା । ଜୁଲାଇରେ ଆଜି ସୁଦ୍ଧା ୪ ଜଣ ପ୍ରାଣ ହରାଇଛନ୍ତି । ଗତ ୩୧ ଦିନ ଭିତରେ ୨୨ ଜଣ ମୃତ୍ୟବରଣ କଲେଣି । ମୃତକଙ୍କ ଭିତରେ ଗଞ୍ଜାମରୁ ୧୭, ଖୋର୍ଦ୍ଧାରୁ ୫, କଟକ ୪ ଜଣ ଥିବା ବେଳେ ଅନୁଗୁଳ, ବରଗଡ଼ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ କରୋନା ରୋଗୀଙ୍କ ଜୀବନ ଯାଇଛି ।
ଚିନ୍ତା ବଢ଼ାଇଛନ୍ତି ୫ ଜିଲା
ରାଜ୍ୟରେ ଯେତିକି କରୋନା ସଂକ୍ରମିତ ତାର ଅଧାରୁ ଅଧିକ କେବଳ ୫ ଜିଲ୍ଲାରୁ ଅଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ(୧୮୫୦), ଖୋର୍ଦ୍ଧା(୮୯୪), କଟକ(୭୦୨), ଯାଜପୁର(୫୪୦) ଓ ଗଜପତି(୪୪୨)। ଏସବୁ ଜିଲ୍ଲାର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୪୨୮ । ଅର୍ଥାତ ମୋଟ୍ ପଜିଟିଭ କେସର ୫୪ ପ୍ରତିଶତ । ସେହିପରି କରୋନା ଆକ୍ଟିଭ୍ କେସ ତାଲିକାରେ ବି ଟପ୍ ପୋଜିସନରେ ଅଛନ୍ତି ଏହି ପାଞ୍ଚ ଜିଲ୍ଲା । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଯାଜପୁର ଓ କଟକରେ ମୋଟ୍ ୧୫ ଶହ ୫୬ଟି ଆକ୍ଟିଭ୍ କେସ୍ ରହିଛି । ରଜ୍ୟର ଆକ୍ଟିଭ୍ କେସର ୬୦ ପ୍ରତିଶତ କେବଳ ୫ ଜିଲ୍ଲାର ଅଛନ୍ତି ।
BREAKING NEWS
- ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୪ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର
- ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ
- ଖଲ୍ଲିକୋଟରେ ରାଜନୈତିକ ହିଂସା: ଚାଲିଗଲା ଜଣଙ୍କର ଜୀବନ, ୭ ଆହତ
- ନିର୍ବାଚନ ସମୟରେ ବଢିବ ତାତି, ଶୀଘ୍ର ଆସିବ ମୌସୁମୀ
- ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ: ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡିର ମେଗା ରୋଡ଼ ସୋ’
- ରାଜଧାନୀରେ ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୩ ଦୋକାନ
- ମୋଦୀଙ୍କ ପାଇଁ ଚିଙ୍ଗୁଡି ମସଲା ରାନ୍ଧିବେ ମାଷ୍ଟର ସେଫ୍ ମମତା
- ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…
- ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଉଦଘାଟିତ ହେଲା ଭାରତ ମଣ୍ଡପ
- ଝାରସୁଗୁଡାରେ ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ରାଧାରାଣୀ ପଣ୍ଡା