Latest Odisha News

ଶିଶୁ ଭବନରେ କରୋନା; ବନ୍ଦ ହେଲା ଆଉଟଡୋର

କଟକ: ଓଡ଼ିଶାର ପ୍ରାଥମିକ ଶିଶୁ ଚିକିତ୍ସାଳୟ ଶିଶୁ ଭବନରୁ ରବିବାର ଦିନ ଏକ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଏହାକୁ ବନ୍ଦ କରିଦିଆଯାଇଛି। ଶିଶୁ ଭବନର ଅଧୀକ୍ଷକ ଡ. ସରୋଜ ଶତପଥୀ ଦେଇଥିବା

ସୁଚନା ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଶିଶୁ ଭବନର ଆଉଟଡୋର ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଡାକ୍ତରଖାନାରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ଆହୁରି ମଧ୍ୟ ସେ କହିଛନ୍ତି ଯେ, କଟକ ଜିଲ୍ଲାର ସାଲେପୁର ବ୍ଲକର ମୁତରିଫା ପଞ୍ଚାୟତର ଜମଣେ ଶିଶୁଙ୍କୁ ଚିକିତ୍ସା ପାଇଁ ଜୁଲାଇ ୩ରେ ଡାକ୍ତରଖାନାର ଆଉଟଡୋର କୁ ଅଣାଯାଇଥିଲା।

ଡାକ୍ତରଖାନା କର୍ତ୍ତୃପକ୍ଷ ପରୀକ୍ଷାଣ ପାଇଁ ପଠାଇଥିଲେ ଏବଂ ରବିବାର ଦିନ ଭାର ରିପୋର୍ଟରେ ପଜିଟିଭ ଆସିବ ସହ ଶିଶୁଟି କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।

Comments are closed.