Latest Odisha News

BREAKING NEWS

ରାମ ଗୋପାଳ ବର୍ମାଙ୍କ ଫିଲ୍ମରେ ଓଡିଆ ଝିଅ ଅପସରା ରାଣୀ

ନୂଆଦିଲ୍ଲୀ: ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ଆଉ ଜଣେ ଓଡିଆ ଝିଅ। ଖୁବଶୀଘ୍ର ବଲିଉଡ ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡିଆ ଝିଅ ଅପସରା ରାଣୀ। ଯାହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା।

ଏହି ଫିଲ୍ମ ନିର୍ମାଣ ସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ରାମ ଗୋପାଳ ବର୍ମା । ସେ ସୋସିଆଲ ମିଡିଆରେ ଅପସରାଙ୍କ କିଛି ବୋଲ୍ଡ ଓ ଡିନର କରୁଥିବା ଫଟୋକୁ ମଧ୍ୟ ପୋଷ୍ଟ କରିଛନ୍ତି।

ଅପସରାଙ୍କ ଘର ଓଡିଶାରେ ଏବଂ ସେ ଡେରାଡୁନରେ ଜନ୍ମଗ୍ରହଣ କରିଥିଲେ। ସେ ଭଲ ନୃତ୍ୟଶିଳ୍ପୀ ସହ ଅତି ସୁନ୍ଦର ଅଭିନୟ ମଧ୍ୟ କରନ୍ତି।

‘କ୍ଲାଇମାକ୍ସ’ ଏବଂ ‘ନେକେଡ’ ପରେ ଆରଜିଭି ୱାର୍ଲ୍ଡ ଥିଏଟରର ଆଗାମୀ ଫିଲ୍ମ ପାଇଁ ଅପସରାଙ୍କୁ ନାୟିକା ଭାବେ ଚୟନ କରାଯାଇଛି।

 

Comments are closed.