Latest Odisha News

ମାସ୍କ ପିନ୍ଧିବା ପରେ ମଧ୍ୟ କେତେ ରହିଛି ସଂକ୍ରମଣର ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱକୁ ଗ୍ରାସିଲାଣି କରୋନା ସଙ୍କଟ । ଏତେ କଟକଣା ଓ ସତର୍କତା ସତ୍ତ୍ୱେ ବି କମିବା ବଦଳରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରତିକାର ପାଇଁ ଏଯାଏଁ କୌଣସି ଔଷଧରେ ବାଜି ନାହିଁ ମୋହର । ଏଭଳି ସମୟରେ ସଚେତନତା ହିଁ ଏହାର ଏକମାତ୍ର ବିକଳ୍ପ ସାଜିଛି । ଏହି ମହାମାରୀର ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବାରମ୍ବାର ସଚେତନତା ଜାରି କରାଯାଉଛି ।

ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ, ସିଙ୍ଗାପୁର, ଫ୍ରାନ୍ସ୍‌, ସ୍ପେନ୍‌, ଜର୍ମାନୀ, ଆର୍ଜେଣ୍ଟିନା ଆଦି ଦେଶରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ତେବେ ସତରେ କଣ ମାସ୍କ୍‌ ପିନ୍ଧିବା ଦ୍ୱାରା ସଂକ୍ରମଣରେ ରୋକ ଲାଗିଥାଏ? ତେବେ ଜର୍ମାନୀର ବନ୍‌ଠାରେ ଥିବା ଆଇଜେଡ୍‌ଏ ଲେବର ଇକୋନୋମିକ୍ସ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି ଯେ, ମାସ୍କ ପିନ୍ଧିବା ସ୍ୱର ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଥାଏ ।

ଏହି ରିପୋର୍ଟ ଅନୁଯାୟୀ ମାସ୍କର ବ୍ୟବହାର ଦ୍ୱାରା ବିଶ୍ୱରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଥିବା ଏହି ରିପୋର୍ଟରେ ପ୍ରକାଶ । ଏହି ରିପୋର୍ଟକୁ ଦିଲ୍ଲୀ ଏମ୍ସ୍‌ର ପ୍ରଫେସର ଜି.ସି. ଖିଲନାନି ମଧ୍ୟ ସମର୍ଥନ କରିଛନ୍ତି ।

Comments are closed.