Latest Odisha News

BREAKING NEWS

‘ହୁ’ ରୁ ଓହରିଲା ଆମେରିକା !

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ତଥ୍ୟ ଲୁଚାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ରୁ ସମ୍ପୂର୍ଣ୍ଣ ରୂପେ ଓହରିବା ନେଇ ନିଷ୍ପତ୍ତି ନେଇଛି ଆମେରିକା।

ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୬ ତାରିଖରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଆମେରିକା ଓହରି ଯିବା ନେଇ ରାଷ୍ଟ୍ରପତି ଟ୍ରମ୍ପ୍ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜାତିସଂଘ ମଧ୍ୟ ଏହାକୁ ସ୍ପଷ୍ଟ କରିଛି।

କରୋନା ମହାମାରୀକୁ ନେଇ ଚୀନ୍ ସହ ଉତ୍ତେଜନା ବଢ଼ିବାରୁ ୭୦ ବର୍ଷରୁ ଅଧିକ କାଳ ସଦସ୍ୟ ରହିବା ପରେ ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଛାଡ଼ିବାକୁ ପଦକ୍ଷେପ ନେଇଛି। କରୋନା ସଂକ୍ରାନ୍ତରେ ଚୀନ୍ ଦେଇଥିବା ବିଭ୍ରାନ୍ତିକର ତଥ୍ୟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରସାର କରିଥିବା ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। କିନ୍ତୁ, ଟ୍ରମ୍ପ୍‌ଙ୍କ ଅଭିଯୋଗକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅସ୍ବୀକାର କରିଛି।

ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଓହରି ଯିବ ବୋଲି ଟ୍ରମ୍ପ୍ ପ୍ରାୟ ୧ ମାସେ ତଳୁ ଘୋଷଣା କରିଥିଲେ। ପୂର୍ବରୁ ସଙ୍ଗଠନକୁ ଆମେରିକା ପକ୍ଷରୁ ସବୁ ପ୍ରକାର ଆର୍ଥିକ ସହାୟତା ମଧ୍ୟ ବନ୍ଦ କରିଦିଆଯାଇଥିଲା।

Leave A Reply

Your email address will not be published.