Latest Odisha News

BREAKING NEWS

ଆତ୍ମନିର୍ଭର ଭାରତ ଯୋଜନାର ହିସାବ ଦେଲା ବିଜେପି

ଭୁବନେଶ୍ୱର: ଆତ୍ମନିର୍ଭର ଭାରତରେ ଓଡିଶାର ଭାଗକୁ ନେଇ ହିସାବ ଦେଲା ବିଜେପି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ହିସାଵ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆତ୍ମ ନିର୍ଭର ଭାରତ ପ୍ୟାକେଜରୁ ଓଡିଶାର ଗୋଟିଏ ପରିବାର ମାସକୁ ପାଇବେ ୧୧୦୬୭ ଟଙ୍କା । ଏଥିରେ ଚାଉଳ, ଡାଲି, ରନ୍ଧନ ଗ୍ୟାସ ସିଲିଣ୍ଡର, ଭତ୍ତା ଆଦି ସାମିଲ ଅଛି ।

MSME କ୍ଷେତ୍ରରେ ଓଡିଶା ପାଇଁ ଘୋଷଣା ହୋଇଥିବା ୧୯୩୩.୮୫ କୋଟିରୁ ଜୁଲାଇ ୧ ତାରିଖ ସୁଦ୍ଧା ଓଡିଶାକୁ ମିଳିଛି ୮୪୨ କୋଟି ୭୬ ଲକ୍ଷ ଟଙ୍କା । କେନ୍ଦ୍ର ପାଖରୁ ରାଜ୍ୟ ପାଇବାକୁ ଥିବା GST ବାବଦ ବେକେୟା ଅର୍ଥ ପ୍ରସଙ୍ଗ ବି ସେ ଉତ୍ତର ରଖିଛନ୍ତି । ମୋଦୀ ସରକାର କେବଳ ଘୋଷଣା କରନ୍ତି ନାହିଁ ତାକୁ କାର‌୍ୟ୍ୟକାରୀ କରିବାକୁ ପଦକ୍ଷେପ ବି ନିଅନ୍ତି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.