Latest Odisha News

BREAKING NEWS

‘ଦିଲ୍ ବେଚାରା’ର କଷ୍ଟ୍ୟୁମ ଡିଜାଇନ ତଥା ଓଡିଆ ବୋହୂ ସୁଶାନ୍ତଙ୍କୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା

ଭୁବନେଶ୍ୱର : ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’କୁ ତାଙ୍କର ଅନେକ ଫ୍ୟାନ ଏବେ ଅପେକ୍ଷା କରି ରହିଛନ୍ତି । କରୋନା କଟକଣା ପାଇଁ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ତେବେ ଏହି ଫିଲ୍ମରେ ଡ୍ରେସ ଡିଜାଇନ କରିଛନ୍ତି ଜଣେ ଓଡିଆ ବୋହୂ । ତାଙ୍କ ନାଁ ନିକିତା ରହେଜା ମହାନ୍ତି ।

ନିକିତା, ନତାଶା ଚରକଙ୍କ ସହ ମିଶି ଦିଲ୍ ବେଚାରାର କଷ୍ଟ୍ୟୁମ ଡିଜାଇନ କରିଛନ୍ତି । ଦିଲ୍ ବେଚାରାରେ ଅଭିନେତ୍ରୀ ଏକ ସାଧାରଣ ଝିଅର ଚରିତ୍ରରେ ଅଭିନୟ କରିଥିବା ବେଳେ ଅଭିନେତା ଖୁସି ମିଜାଜର ଯୁବକ ଭୂମିକାରେ ଅଭିନୟ କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କଷ୍ଟ୍ୟୁମ ଡିଜାଇନ କରିଥିବା ନିକିତା କହିଛନ୍ତି ।

ଦିଲ୍ ବେଚାରାରେ ସୁଶାନ୍ତ ସିଂ ରାଜପୁତଙ୍କ ସହ କାମ କରିବା ଅନୁଭୂତିକୁ ମନେ ପକାଇ ନିକିତା କହିଛନ୍ତି ଯେ, ‘ପ୍ରଥମ ଥର ପାଇଁ ମୁଁ ସୁଶାନ୍ତ ସିଂଙ୍କ ସହ କାମ କରିଥିଲି । ସୁଶାନ୍ତ ବେଶ୍ ମଜାଳିଆ ପ୍ରକୃତିର । ତାଙ୍କ ଚରିତ୍ର ଅନୁସାରେ ଫିଲ୍ମରେ ସେ ବିଭିନ୍ନ ପ୍ରକାର ଟି-ସାର୍ଟ ପିନ୍ଧିଥିଲେ । ତାର ଚୟନ ବେଳେ ବେଶ୍ ଥଟ୍ଟା ମଜ୍ଜା ହେଉଥିଲା ।’

ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରହିଲିଜ ହେଉଥିବାରୁ ବହୁ ସଂଖ୍ୟାରେ ଦର୍ଶକ ଏହାକୁ ଦେଖି ପାରିବେ ବୋଲି ନିକିତା କହିଛନ୍ତି । ଯାହାକୁ ସୁଶାନ୍ତଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଂଜଳି ହେବ ବୋଲି ତାଙ୍କ ମତ ।

ପୂର୍ବରୁ ନିକିତା ‘ଇଙ୍ଗଲିସ୍ ଭିଙ୍ଗଲିସ’, ‘ହମ୍ପଟି ଶର୍ମା କି ଦୁଲହନିଆ’, ‘ଟୁ ଷ୍ଟେଟସ୍‌’ ଆଦି ଫିଲ୍ମରେ କଷ୍ଟ୍ୟୁମ ଡିଜାଇନ କରିଛନ୍ତି ।
ନିକିତା ମୁମ୍ବାଇର ଝିଅ ହୋଇଥିବା ବେଳେ କଟକରେ ବାହା ହୋଇଛନ୍ତି । ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ । ଅଧିକାଂଶ ସମୟରେ ସେ କଟକରେ ଥିବା ତାଙ୍କ ଶାଶୁ ଘରକୁ ଆସୁଥିବା ବେଳେ ଓଡିଶାର କୋରାପୁଟ ତାଙ୍କୁ ବେଶ୍ ଭଲ ଲାଗେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.