Latest Odisha News

BREAKING NEWS

ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ଖବର ମିଥ୍ୟା

ନୂଆଦିଲ୍ଲୀ: ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ମିଳିଛି । ପ୍ରକାଶ ପାଇଥିବା ତାରିଖ ତଥ୍ୟଟି ଠିକ ନୁହେଁ ବୋଲି ସୂଚନା ଦେଇଛି ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଖବର ପ୍ରକାଶ ପାଇଥିଲା । ଜୁଲାଇ ୧୧ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଓ ୧୩ରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିିଥିଲା । cbseresults.nic.in, results.nic.in, cbse.nic.in ୱେସାଇଟରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ମଧ୍ୟ କୁହାଯାଇଥିଲା ।

Leave A Reply

Your email address will not be published.