ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ । କିନ୍ତୁ ଏହି ପାଞ୍ଚ ଜିଲ୍ଲାରେ ମୋଟ୍ ୬ ହଜାର ୯୨୬ ଜଣ ଭୂତାଣୁ ସଂକ୍ରମିତ ଅଛନ୍ତି । ରାଜ୍ୟର ମୋଟ୍ କରୋନା କେସର ୫୭.୯୨ ପ୍ରତିଶତ କେବଳ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆକ୍ଟିଭ କେସ୍ ୪୪୭୬, ୫ଜିଲ୍ଲାରେ ୩୦୬୧
ରାଜ୍ୟରେ ବର୍ତ୍ତମାନେ ଯେତିକି ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ତାର ଅଧାରୁ ଅଧିକ ଏହି ପାଞ୍ଚଟି ଜିଲ୍ଲାରୁ ଅଛନ୍ତି । ଗଞ୍ଜାମରେ ସର୍ବାଧିକ ଆକ୍ଟିଭ୍ କେସ୍ ୧ ହଜାର ୬୭୪ ଥିବା ବେଳେ ସୁନ୍ଦରଗଡ଼ (୪୨୯), ଖୋର୍ଦ୍ଧା (୩୬୭), କଟକ (୩୨୧), ଯାଜପୁର (୨୭୦) ଜଣ ଚିକିତ୍ସିତ ହେଉଛନ୍ତି । ଅର୍ଥାତ ୫ ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛି ୩ ହଜାର ୬୧ । ରାଜ୍ୟର ଆକ୍ଟିଭ୍ କେସର ୬୮ ପ୍ରତିଶତ ପାଞ୍ଚଟି ଜିଲ୍ଲାର । ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ ରହିଛି ୪ ହଜାର ୪୭୬ ।
ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬, ୫ଟି ଜିଲ୍ଲାରେ ୪୯
କରୋନାରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୫୬ ଜଣ । କିନ୍ତୁ ଗଞ୍ଜାମ(୩୪), ଖୋର୍ଦ୍ଧା(୦୮), କଟକ(୦୫), ଯାଜପୁର(୦୧) ଓ ସୁନ୍ଦରଗଡ଼(୦୧) ଜିଲ୍ଲାରେ ପ୍ରାଣ ହରାଇଛନ୍ତି ମୋଟ୍ ୪୯ ଜଣ । ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟାର ୮୭ ପ୍ରତିଶତ କେବଳ ଏହି ପାଞ୍ଚଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି ।
ରାଜ୍ୟରେ ୨୨ଟି ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୦ଟି ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି । ଆକ୍ଟିଭ୍ କେସ୍ ।
BREAKING NEWS
- ଆଉ ନାହାଁନ୍ତି ଅନ୍ତର୍ଜାତୀୟ ତୀରନ୍ଦାଜ ରାଜେଶ ହାସଁଦା; କ୍ରୀଡ଼ା ଜଗତରେ ଶୋକର ଛାୟା
- ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ: ୩୫ ବର୍ଷ ପରେ କଲେଜ୍ ପରୀକ୍ଷା ଦେବାକୁ ପହଞ୍ଚିଲେ ୫୦ ବର୍ଷୀୟା ମହିଳା
- ଦୂର ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ
- ଡିଲ୍ ବେଳେ ମହାବଳ ବାଘ ଛାଲ ଜବତ, ଜଣେ ଗିରଫ, ୨ ଫେରାର
- ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଓଡ଼ିଶାକୁ ୩୭ କୋଟି ସହାୟତା ପ୍ରଦାନ
- Lightning strike:ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ,୮ ଗୁରୁତର ସହ ୧୭ ଛେଳି ମୃତ
- ଏସଆଇଆର ନିୟମରେ ଉଲ୍ଲଙ୍ଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍
- ଦୋହା ଡାଇମଣ୍ଡ ଲିଗରେ ନୀରଜଙ୍କୁ ୪ର୍ଥ ସ୍ଥାନ, ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ହାସଲ କଲେ ଯୋଗ୍ୟତା
- ଯଶସ୍ୱୀଙ୍କ ଶତକ ଆଗରେ ଫିକା ପଡିଲା ଶାହୀଦଙ୍କ ଇନିଂସ: ଭାରତର କ୍ଲିନ ସୁଇପ
- ଟିଏମ୍ସିରେ ମହାଭାରତ: ଫ୍ରିଜ୍ ହେଲା ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟ

Comments are closed.