Latest Odisha News

BREAKING NEWS

ବିଶାଖାପାଟଣାର ଫାର୍ମାସିଟ୍ୟୁକାଲ୍ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅନ୍ତର୍ଗତ ଜେଏନ୍ ଫାର୍ମା ସିଟିର ଫାର୍ମା କମ୍ପାନୀରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି।

ଏସମ୍ପର୍କରେ ବିଶାଖାପାଟଣା ଡିସିପି ସୁରେଶ ବାବୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ଏହି ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଥିବା ବେଳେ ଆମେ ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଛାନଭିନ୍ନ ଆରମ୍ଭ କରିଛୁ ।

ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଯାବତ୍ ଏହି ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ ।

ଆନ୍ଧ୍ରପ୍ରଦେଶ ଶିଳ୍ପ ମନ୍ତ୍ରୀ ମେକାପତି ଗୌଥମ ରେଡ୍ଡୀ ଅଗ୍ନିକାଣ୍ଡ ସମ୍ପର୍କରେ ପୋଲିସ ସହ ଆଲୋଚନା କରିଛନ୍ତି । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.