Latest Odisha News

ଗୋଆର ଘରୋଇ ହସ୍ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ୨୦% ବେଡ୍ ସଂରକ୍ଷିତ

ପାଣାଜୀ: ଗୋଆରେ ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ୨୦ ପ୍ରତିଶତ ବେଡ୍ ସଂରକ୍ଷିତ ରହିବ । ଆଇସିୟୁ ସୁବିଧା ଉପଲବ୍ଧ ଥିବା ହସ୍ପିଟାଲରେ ବେଡ୍ ସଂରକ୍ଷିତ ରଖିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗତକାଲି କରୋନା ସ୍ଥିତିର ସମୀକ୍ଷା କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ । ବୈଠକରେ ବିଚାରବିମର୍ଶ ପରେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି । ନିର୍ଦ୍ଦେଶର ଖିଲାପ କଲେ ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ।

ବର୍ତ୍ତମାନ ସୁଦ୍ଧା ଗୋଆରେ ୨ ହଜାର ୫୮୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ମୃତ୍ୟୁବରଣ କରିଛନ୍ତି ୧୭ ଜଣ ।ସୁଜ

Leave A Reply

Your email address will not be published.