Latest Odisha News

BREAKING NEWS

ସିବିଏସ୍‌ଇ ଦ୍ୱାଦଶରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ରାଜଧାନୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ସାଇ ଇଣ୍ଟରନ୍ୟାସନାଲ, କିଟ୍ ଇଣ୍ଟର ନ୍ୟାସନାଲ, ବିଜେଇଏମ୍ ଓ ଡିଏଭି ପୋଖରୀପୁଟ ସମେତ ଅନେକ ସ୍କୁଲରେ ପାସ୍ ହାର ଶହେ ପ୍ରତିଶତ ରହିଛି ।

ଭୁବନେଶ୍ୱରର କେତେକ ସ୍କୁଲର ସଫଳତା ଉପରେ ନଜର ପକାଇବା ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ

ହ୍ୟୁମାନିଟିଜ୍ ବିଭାଗ ସଂସ୍କୃତି ପଟ୍ଟନାୟକ ୯୯.୪୪ ପ୍ରତିଶତ ମାର୍କ ରଖି ଭୁବନେଶ୍ୱରରେ ତଥା ରିଜିଅନ ଟପ୍ପର ହୋଇଛନ୍ତି । ବାଣିଜ୍ୟର ଛାତ୍ରୀ ରିଚା ରାୟ ଚୌଧୁରୀ ୯୮ ଦଶମିକ ୬ ପ୍ରତିଶତ ମାର୍କ ରଖି ସ୍କୁଲର ଦ୍ୱିତୀୟ ଟପ୍ପର ହୋଇଛନ୍ତି । ବିଜ୍ଞାନରେ ଆଶୁତୋଷ ପାଣିଗ୍ରାହୀ ସର୍ବାଧିକ ୯୮ ଦଶମିକ ୪ ପ୍ରତିଶତ ମାର୍କ ରଖିଛନ୍ତି ।

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ

ବିଜ୍ଞାନ ବିଭାଗରେ ଅମନ ପାତ୍ର ସର୍ବାଧିକ ୯୮ ପ୍ରତିଶତ ମାର୍କ ରଖିଛନ୍ତି । ହ୍ୟୁମାନିଟିଜ୍ ବିଭାଗରେ ଅମ୍ରିତା ନନ୍ଦ ମଧ୍ୟ ୯୮ ପ୍ରତିଶତ ମାର୍କ ରଖିଛନ୍ତି । ସେପଟେ ବାଣିଜ୍ୟରେ ଋଷି କେଡିଆ ଓ ଆଦିଶ୍ରୀ ପାଳ ଯୁଗ୍ମ ଭାବେ ୯୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।
ତିନି ବିଭାଗର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ବିଜ୍ଞାନରେ ପ୍ରାୟ ୩୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ହ୍ୟୁମାନିଟିଜ୍ ବିଭାଗରେ ୫୦ ପ୍ରତିଶତରୁ ଅଧିକ ଓ ବାଣିଜ୍ୟରେ ୨୫ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ।

ବିଜେଇଏମ୍ ସ୍କୁଲ

ବିଜ୍ଞାନର ଛାତ୍ର କେ. ଏସ୍‌. ଚେତନ ସର୍ବାଧିକ ୯୬ ଦଶମିକ ୬ ପ୍ରତିଶତ ମାର୍କ ରଖିଛନ୍ତି ।

ଡିଏଭି ପୋଖରୀପୁଟ

ଦିଶା ଗାୟତ୍ରୀ ନାହକ ସର୍ବାଧିକ ୯୭ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।

ଡିଏଭି ଚନ୍ଦ୍ରଶେଖରପୁର

ସ୍କୁଲର ସ୍ଥିତିପ୍ରଜ୍ଞା ସାହୁ ୯୮ ଦଶମିକ ୬ ପ୍ରତିଶତ ମାର୍କ ରଖି ସ୍କୁଲରେ ଟପ୍ପର ହୋଇଛନ୍ତି । ସ୍କୁଲରେ ବିଜ୍ଞାନରେ ପାସ ହାର ୯୦ ଦଶମିକ ୪୮ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୮୬ ଦଶମିକ ୩୦ ପ୍ରତିଶତ ଓ ହ୍ୟୁମାନିଟିଜ୍ ବିଭାଗରେ ୮୫ ଦଶମିକ ୪୮ ପ୍ରତିଶତ ରହିଛି ।

ମଦର୍ସ ପବ୍ଲିକ ସ୍କୁଲ

୯୭ ଦଶମିକ ୬ ପ୍ରତିଶତ ମାର୍କ ରଖି ଆତିସ୍ମା ଐଶ୍ୱର୍ଯ୍ୟା ସ୍କୁଲ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ପ୍ରିୟାଂଶୀ ଅଗ୍ରୱାଲ ୯୭ ଦଶମିକ ୬ ପ୍ରତିଶତ ଓ ହ୍ୟୁମାନିଟିଜରେ ଅଭିଜିତ ପାଣ୍ଡବ ୯୭ ଦଶମିକ ୮ ପ୍ରତିଶତ ମାର୍କ ରଖିଛନ୍ତି ।

ସେଣ୍ଟ ଜାଭିଅର ହାଇସ୍କୁଲ

କେଦାରଗୌରୀ ସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲର ମୋଟ ପାସ୍ ହାର ରହିଛି ୯୭ ଦଶମିକ ୬ ପ୍ରତିଶତ । ଛାତ୍ରୀ ୟୁ. ବୈଷ୍ଣବୀ ୯୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି ।

Leave A Reply

Your email address will not be published.