Latest Odisha News

BREAKING NEWS

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ନୀଳଗିରି ବିଧାୟକ

ବାଲେଶ୍ୱର: କରୋନାରୁ ସୁସ୍ଥ ହେଲେ ନୀଳଗିରି ବିଧାୟକ । 10 ଦିନ ଚିକିତ୍ସା ପରେ ମହାମାରୀ କରୋନାରୁ ସୁସ୍ଥ ହୋଇ ନୀଳଗିରି ବିଧାୟକ ଆଜି ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ କୋଡିଭ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ସେ ହୋମ୍‌କ୍ୱାରେଂଟାଇନ୍‌ରେ ଅଛନ୍ତି ।

ଗତ ଜୁଲାଇ ୪ ତାରିଖରେ ସାମାନ୍ୟ ଥଣ୍ଡା ଓ ନାକ ବନ୍ଦ ହେବାରୁ ସନ୍ଦେହରେ ପୁଣିଥରେ ତାଙ୍କର ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। ନୀଳଗିରି ବିଧାୟକଙ୍କ ଏହି ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ନୀଳଗିରି ବିଧାୟକ କରୋନାରେ ଆକ୍ରାନ୍ତ ହେବା ପରେ ଉପଜିଲ୍ଲାପାଳ, ତହସିଲ୍‌ ଓ ଏନ୍‌ଏସି ଅଫିସରେ ସାନିଟାଇଜ୍‌ କରାଯାଇଥିଲା। ଜରୁରୀ କାମ ନଥିଲେ ସରକାରୀ ଅଫିସ୍‌କୁ ନଆସିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଅନ୍ୟପକ୍ଷରେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି।

Comments are closed.