Latest Odisha News

BREAKING NEWS

୭ ଦିନ ପାଇଁ ଛତ୍ରପୁର ଏନଏସି ସଟଡାଉନ୍

ଗଞ୍ଜାମ: ଆସନ୍ତାକାଲିଠାରୁ ୭ ଦିନ ପାଇଁ ଗଂଜାମ ଜିଲ୍ଲାର ଛତ୍ରପୁର ଏନ୍ଏସି ଅଂଚଳକୁ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି ।

ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର NAC, କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା NACକୁ କାଲିଠାରୁ ଆସନ୍ତା ୨୧ ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି ଗଂଜାମ ଉପଜିଲ୍ଲାପାଳ । କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

ଏହି ୭ ଦିନ କେବଳ ଅତ୍ୟାବଶ୍ୟକୀୟ ସେବା ଛଡା ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ସଟଡାଉନ୍ ଘୋଷଣା ହେବା ପରେ ବଜାରରେ ହଠାତ ଲୋକଙ୍କ ଭିଡ ବଢ଼ି ଯାଇଛି । ଲୋକେ ବଜାରର ଅନେକ ଦୋକନାରେ ଲମ୍ବା ଲାଇନ୍ ଲଗାଇ ସଉଦ ପତ୍ର କିଣିଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ମହାମାରୀ କରୋନା । ପ୍ରତିଦିନ ୫ ଶହରୁ ୬ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗଂଜାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

 

Leave A Reply

Your email address will not be published.