Latest Odisha News

BREAKING NEWS

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୪୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୪୦୧ ଜଣଙ୍କ ମଧ୍ୟରୁ ଯାଜପୁରରୁ ୯୮, ୮୪ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୬, ୩୬ ଜଣ ଗଜପତି, ୧୭ ଜଣ କେନ୍ଦୁଝର, ମାଲକାନଗିରିରୁ ୧୭, ୩୦ ଜଣ ଝାରସୁଗୁଡା, ୧୭ ଜଣ ଜଗତସିଂହପୁର, ୧୨ ଜଣ ଖୋର୍ଦ୍ଧା, ଅନୁଗୁଳରୁ ୮, ସୋନପୁରରୁ ୭, ବରଗଡରୁ ୬, ସମ୍ବଲପୁରରୁ ୫, ଢେଙ୍କାନାଳରୁ ୪, କଟକରୁ ୨, ପୁରୀରୁ ୧ ଓ ଭଦ୍ରକ ଏବଂ ବାଲେଶ୍ୱରରୁ ୩ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୧୫,୩୯୨ କରୋନା ପଜିଟିଭ ମାମଲା ରହିଥିବା ବେଳେ ମୋଟ୍ ୧୦,୮୭୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୭୯ ଜଣ ମୃତ୍ୟୁବରଣ କରିଛନ୍ତି।
ଅଧିକ ପଢନ୍ତୁ- ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Comments are closed.