Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ଭାବେ ଏହି ଅପରେସନ୍ ହୋଇଥିବା ସୂଚନା ମିଳିଛି।

ତଥ୍ୟ ଅନୁସାରେ, ଉତ୍ତର କାଶ୍ମୀରର ସୀମାନ୍ତ ଜିଲ୍ଲାରେ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥୁବ ବେଳେ ଜଣେ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଥିଲା। ଏମାନଙ୍କ ନିକଟରୁ ଗୋଟିଏ ଏକେ -୪୭ ବନ୍ଧୁକ ଉଦ୍ଧାର କରାଯାଇଛି। ତିନିରୁ ଚାରି ଆତଙ୍କବାଦୀଙ୍କ ଏକ ଦଳ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସେନା ପକ୍ଷରୁ ସୂଚନା ମିଳିଛି। ସମଗ୍ର ଅଞ୍ଚଳରେ ଅନ୍ୟ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି।

ସେନା ପକ୍ଷରୁ ମିଳିଥିବା ସୁହ୍ନ ଅନୁସାରେ, ରାତି ପ୍ରାୟ ୪ ଟା ସମୟରେ କରିନା ସେକ୍ଟରର ବାଲବୀର ପୋଷ୍ଟ ନିକଟରେ କର୍ମଚାରୀମାନେ ଏଲଓସି ଉପରେ ସନ୍ଦେହଜନକ ଗତିବିଧି ଲକ୍ଷ କରିଥିଲେ । ଏହାପରେ ସେନା ଜାଣିବାକୁ ପାଇଲା ଯେ, ମାଖିକମାରି ଅଞ୍ଚଳର ତିନିରୁ ଚାରି ଜଣ ମାଓବାଦୀଙ୍କ ଏକ ଟିମ୍ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେନାର ୧୯ ଗରୱାଲ୍ ରାଇଫଲ୍ସର ସୈନିକମାନେ ଟ୍ରାକିଂ କରିବା ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାପରେ ସେନା ପକ୍ଷରୁ ପାଲଟା ଗୁଳି ଚାଳନା ହୋଇଥିଲା, ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ପରେ ଅନ୍ୟ ପାର୍ଶ୍ୱରୁ ଗୁଳି ବିନିମୟ ବନ୍ଦ ହୋଇଯାଇଥିଲା।

Comments are closed.