Latest Odisha News

ଦକ୍ଷିଣ ଭାରତ ମନ୍ଦିରର କୋଟି କୋଟି ଅଳଙ୍କାର ଏବେ ମଧ୍ୟ ରହିଛି ଅଜ୍ଞାତ ସ୍ଥାନରେ , ଏହା ଉପରେ ଅନ୍ତର୍ଜାତୀୟ ଲୁଟେରାଙ୍କ ନଜର

ଚେନ୍ନାଇ: ପଦ୍ମନାଭସ୍ୱାମୀ ମନ୍ଦିର ସମ୍ପତିର ଝଲକ(୧ ଲକ୍ଷ କୋଟି) ମିଳିବା ପରେ ଦେଶ, ବିଦେଶରେ ଏହାର ଚର୍ଚ୍ଚା ଜୋର ଧରିଥିଲା । ପୂର୍ବରୁ ଏହି ଧନ ଲୋଭରେ ଅନେକ ଥର ହିନ୍ଦୁ ମନ୍ଦିରକୁ ଲୁଣ୍ଠନ କରାଯାଇଛି । ଏ ସବୁ ସତ୍ୱେ ଅନେକ ସମ୍ପତି ଏବେ ମଧ୍ୟ ମନ୍ଦିରଗୁଡିକରେ ରହିଛି । ବିଶେଷ କରି କେରଳ ଏବଂ କର୍ଣ୍ଣାଟକର ଅନେକ ମନ୍ଦିରରେ ଏବେ ମଧ୍ୟ କୋଟି କୋଟି ଟଙ୍କାର ଦାମୀ ଅଳଙ୍କାର ଓ ସମ୍ପତି ଗୁପ୍ତ ସ୍ଥାନରେ ରହିଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ..

ବିଜୟନଗର ସାମ୍ରାଜ୍ୟର ଧନ ସମ୍ପତି କୁଆଡେ ଗଲା ସେ ନେଇ ଏବେ ମଧ୍ୟ ଅନ୍ତର୍ଜାତୀୟସ୍ତରର ଲୁଟେରାଙ୍କ ଆଖି ଏହା ଉପରେ ରହିଛି । କର୍ଣ୍ଣାଟକର ହମ୍ପିଠାରୁ ଆରମ୍ଭ କରି ତେଲେଙ୍ଗାନା, ହାଇଦ୍ରାବାଦ ଜଙ୍ଗଲରେ ଏହି ସମ୍ପତି ରହିଛି ବୋଲି ଅନୁମାନ କରାଯାଉଛି । ବିଦେଶୀ ଆକ୍ରମଣକାରୀଙ୍କ କବଳରୁ ଏହାକୁ ରକ୍ଷା କରିବା ପାଇଁ ରାଜା କୃଷ୍ଣଦେବରାୟ ୨୫୦୦ ଟନ ସୁନା ଲୁଚାଇ ଦେଇଥିଲେ । ହାଇଦ୍ରାବାଦର ଶ୍ରୀଶୈଳମ ପାହଡ ଉପରେ ଥିବା ମଲ୍ଲିକାର୍ଜୁନ ଜ୍ୟୋର୍ତିଲିଙ୍ଗ ନିକଟରେ ଏହାକୁ ଲୁଚା ଯାଇଥିବା ଅନୁମାନ କରାଯାଉଛି । ଏହି ଜଙ୍ଗଲରେ ୩/୪ ଅନ୍ତର୍ଜାତୀୟ ଲୁଟେରା ଏ ନେଇ ମୃତ୍ୟୁବରଣ କରି ସାରିଲେଣି । ସେହିପରି ହମ୍ପିରେ ମଧ୍ୟ ଅପର୍ଯ୍ୟାପ୍ତ ଧନ ଥିବା ଅନୁମାନ କରାଯାଉଛି ।

ଏହା ଲୋଭରେ ହମ୍ପିର କଳକୃତିକୁ ଅନେକ ଚୋର, ଡକାୟତ କ୍ଷତିଗ୍ରସ୍ତ କରିଛନ୍ତି । ଆନ୍ଧ୍ରର ମୁକାମ୍ବିକା ମନ୍ଦିରର ଅନେକ ସୁନା ଦକ୍ଷିଣ ଭାରତ ରାଜାମାନେ ଅଜ୍ଞାତ ସ୍ଥାନରେ ଲୁଚାଇ ଦେଇଛନ୍ତି । ଏହି ରହସ୍ୟମୟ ସ୍ଥାନରେ ନାଗ ଦେବତା ଏହାକୁ ରକ୍ଷା କରୁଥିବା ବିଶ୍ୱାସ ରହିଛି । ଏଠାକାର ଦେବୀଙ୍କ ସିଂହାସନରେ କେବଳ ୯୦ କିଲୋ ସୁନା ବ୍ୟବହାର ହୋଇଛି । ୩୦ କୋଟିରୁ ଊର୍ଦ୍ଧ୍ୱ ଅଳଙ୍କାର ମାଆଙ୍କ ପ୍ରତିମାରେ ବ୍ୟବହୃତ ହେଉଛି ।

ଆହୁରି କୋଟି କୋଟି ଟଙ୍କାର ମୂଲ୍ୟବାନ ଅଳଙ୍କାର ରାଜାମାନେ ଲୁଚାଇ ଦେଇଛନ୍ତି । ଟ୍ରେଜର ହଂଟର ଗ୍ୟାଙ୍ଗ ଏହି ମନ୍ଦିର ଚାରିପଟେ ଛଦ୍ମ ବେଶରେ ଦିନ ରାତି ପଇଂତରା ମାରୁଛନ୍ତି । ତେଲେଙ୍ଗାନା ଜିଲ୍ଲାର ଭୁବନଗିରି ପାହଡ ଉପରେ ୟଦାଦ୍ରି ମନ୍ଦିର ରହିଛି ।  ଏହି ମନ୍ଦିର ନିକଟରେ ଭୁବନଗିରି ରାଜପରିବାର ସମ୍ପତି ରହିଥିବା ଅନୁମାନ କରାଯାଉଛି । ଏହାର ମୂଲ୍ୟ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି ।

ମନ୍ଦିର ସମ୍ପତି ବ୍ୟତୀତ କୃଷ୍ଣା ନଦୀ କୂଳରେ କୋହୀନୁରର ଖଣି ରହିଥିବା ଲୋକଙ୍କ ବିଶ୍ୱାସ ରହିଛି । ସୁଲତାନ ମହମ୍ମଦ କୁତୁବ ଶାହ ଏଠାରେ ଗୁପ୍ତ ସୁଡଙ୍ଗ ପ୍ରସ୍ତୁତ କରି ଧନ ସମ୍ପତି ଲୁଚାଇ ରଖିଛନ୍ତି । କେରଳର କୁନ୍ନୁର ଜଙ୍ଗଲରେ ଟିପୁ ସୁଲତାନଙ୍କ ସମ୍ପତି ଲୁକାୟିତ ଅବସ୍ଥାରେ ରହିଛି ।

Leave A Reply

Your email address will not be published.