ଭୁବନେଶ୍ୱର: ଓଡିଶାରେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକୁ ଅଗଷ୍ଟ ୩୧ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏସମ୍ପର୍କରେ ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣର ଡେପୁଟି ସେକ୍ରେଟେରୀ ସମସ୍ତ ଜିଲ୍ଲାର ସାମାଜିକ ନିରାପତ୍ତା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଏହି ପରିପ୍ରେକ୍ଷୀରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ସ୍ପେଶାଲ ସ୍କୁଲର ମୁଖ୍ୟ କାର୍ଯ୍ୟକର୍ତ୍ତା, ପ୍ରିନ୍ସିପାଲ୍ ଏବଂ ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରାଜ୍ୟ ସରକାର ଜୁଲାଇ ୩୧ ଯାଏଁ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବାକୁ ଘୋଷଣା କରିଥିଲେ।
Comments are closed.