Latest Odisha News

BREAKING NEWS

ଓଡିଶା ସରକାରଙ୍କ ଚେତାବନୀ; ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ଘରୋଇ କ୍ଲିନିକ୍ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ।

ଏସମ୍ପର୍କରେ ଟ୍ୱିଟ୍ ମଧ୍ୟ କରାଯାଇଛି ।

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି ସୂଚନା ଦେଇ କହିଛନ୍ତି ଯେ କରୋନା ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀମାନଙ୍କୁ କିଛି ହସ୍ପିଟାଲ୍ ଚିକିତ୍ସା କରିବାକୁ ମନା କରୁଥିବା ନେଇ ରାଜ୍ୟ ସରକାରଙ୍କ ପାଖକୁ ଖବର ଆସୁଛି । କରୋନା ମହାମାରୀ ସମୟରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ ନକରିବା ଏକ ନୀତିଗତ ଭୁଲ୍ ଅଟେ । ଏହା ବେଆଇନ୍ ମଧ୍ୟ ।

ଏଭଳି ସମୟରେ କରୋନା ହଟସ୍ପଟ ଅଞ୍ଚଳରୁ ଆସୁଥିବା ରୋଗୀମାନଙ୍କୁ ଯଦି କେଉଁ କ୍ଲିନିକ ବା ହସ୍ପିଟାଲ ଚିକିତ୍ସା ପ୍ରଦାନ ନକରେ, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆହୁରି ମଧ୍ୟ ଏସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟ ୧୦୦ ନଂ ଡାଏଲ୍ କରି ଅଭିଯୋଗ ମଧ୍ୟ କରିପାରିବେ ।

Comments are closed.