Latest Odisha News

BREAKING NEWS

AIIMS କରିବ କରୋନାର ସ୍ୱଦେଶୀ ଟିକା କୋଭାକସିନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ଆଶା ବଢୁଛି । ଖୁବଶୀଘ୍ର ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମସ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବ । ଗତକାଲି ଏମସର ଏଥିକାଲ କମିଟି ଏହାକୁ ଅନୁମତି ଦେଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣଙ୍କ ଦେହରେ କୋଭାକ୍ସିନର ପରୀକ୍ଷା କରାଯିବ ।

କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପାଇଁ ସ୍ୱଇଚ୍ଛାରେ ସାମିଲ ହେବାକୁ ସୁସ୍ଥ ଲୋକଙ୍କ ପାଇଁ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ କରିବ ଏମସ । ଯେଉଁମାନଙ୍କ ପାଖରେ ଅନ୍ୟ କୌଣସି ରୋଗ ନଥିବ ଏବଂ ସେମାନେ କୋଭିଡ ସଂକ୍ରମିତ ହୋଇ ନଥିବେ । ସେମାନଙ୍କର ବୟସ ୧୮ରୁ ୫୫ ବର୍ଷ ବୟସ ହୋଇଥିବ ।

କୋଭାକ୍ସିନକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ସହ ମିଶି ଆଇସିଏମଆର ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମିଳିତ ଭାବରେ ବିକଶିତ କରିଛନ୍ତି ।

Leave A Reply

Your email address will not be published.