ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି କରୋନା । ଗଞ୍ଜାମ, ଗଜପତି ପରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଆଠ ଦିନରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୩୩ ଜଣ । କେବଳ ଜୁଲାଇରେ ବାହାରିଛନ୍ତି ୪୦୬ ଆକ୍ରାନ୍ତ ସେହିପରି କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଆଦି ଜିଲ୍ଲାରୁ ପ୍ରତିଦିନ ଆସୁଛି କରୋନା କେସ୍ ।
ଜୁଲାଇରେ କୋରାପୁଟରୁ ୨୨୦ ପଜିଟିଭ୍
ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରୁ ବାହାରିଛି ୪୫ ନୂଆ ପଜିଟିଭ କେସ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦କୁ ବୃଦ୍ଧି ପାଇଛି । ଏଥିରୁ କେବଳ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇଛନ୍ତି ୨୨୦ ଜଣ । ଏପ୍ରିଲ ୨୭ ତାରିଖ କୋରାପୁଟ ଜିଲ୍ଲାରୁ ପ୍ରଥମ ପଜିଟିଭ ଚିହ୍ନଟ ହୋଇଥିଲେ । ଅର୍ଥାତ ଗତ ଦୁଇ ମାସରେ ମାତ୍ର ୫୦ଟି କେସ୍ ବାହାରିଥିଲା । ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ ରହିଛି ୧୯୦ ।
ଜୁଲାଇରେ ମାଲକାନଗିରିରୁ ୧୮୬ ଆକ୍ରାନ୍ତ
ଜୁଲାଇରେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ବଢିଛି । ଗତ ୨୪ ଘଣ୍ଟାରେ ଆଉ ୧୮ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ ହୋଇଛି । ଏଥିରୁ ଜୁଲାଇରେ ବାହାରିଛନ୍ତି କେବଳ ୧୮୬ ନୂଆ ଭୂତାଣୁ ସଂକ୍ରମିତ । ବର୍ତ୍ତମାନ ଆକ୍ଟିଭ୍ କେସ ରହିଛି ୧୪୦ ।
ଗଞ୍ଜାମ ଓ ଗଜପତିରେ ବଢୁଛି
ଦକ୍ଷିଣ ଓଡ଼ିଶାର ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୫୨୭ ରହିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୧ ହଜାର ୯୧୮ । ସେହିପରି ଗଜପତି ଜିଲ୍ଲାରେ କରୋନା ସଂକ୍ରମିତ ହୋଇଛନ୍ତି ୭୦୩ ଜଣ । ଆକ୍ଟିଭ୍ କେସ୍ ରହିଛି ୧୬୬ ।
BREAKING NEWS
- ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ
- Wangchuk Betrayed?: ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସୋନମ ଓ୍ବାଙ୍ଗଚୁକ୍, ‘ମୋ ବିଶ୍ୱାସ ଭାଙ୍ଗିଦେଲେ’…
- ଫାଇଲ ଗାୟବ ଘଟଣା: CMO, କ୍ରାଇମବ୍ରାଞ୍ଚକୁ ମିଳିନାହିଁ ତଥ୍ୟ
- ସ୍କୁଲ ଛାତ୍ରଙ୍କୁ ରାଗିଂ ଅଭିଯୋଗ; ୭ ବହିଷ୍କୃତ
- ଛାତ୍ରଙ୍କୁ ମାଡ଼ ଓ ଅପହରଣ ମାମଲା; ୩ ଦିନ ପରେ ଉଦ୍ଧାର…
- Pakistan Controls PoK: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା, ହେଲେ କାହିଁକି ଚାଲେ PoKରେ ପାକିସ୍ତାନର ଶାସନ?
- ମଝି ଚିଲିକାରେ ୫ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
- Independence Day Security: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ; ଲାଲକିଲ୍ଲାରେ ୧୨ ହଜାର ପୋଲିସ, AI CCTVରେ ନଜର, ଆତଙ୍କୀ ଧମକକୁ ନେଇ କଡ଼ା ସୁରକ୍ଷା
- ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ପୂର୍ବତନ କ୍ରିକେଟ ଅଧିନାୟକଙ୍କ ଘରକୁ ବୋମାମାଡ଼
Comments are closed.