Latest Odisha News

ଏକାଠି ଅଭିନୟ କରିବେ ପ୍ରଭାସ୍ ଓ ଦୀପିକା ପାଦୁକୋନ !

ହାଇଦ୍ରାବାଦ: ଖୁବଶୀଘ୍ର ଏକାଠି ରୂପେଲି ପରଦାରେ ନଜର ଆସିବେ ଦୀପିକା ପାଦୁକୋନ ଓ ବାହୁବଲି ଫେମ୍ ଆକ୍ଟର ପ୍ରଭାସ୍ । ବୈଜୟନ୍ତୀ ମୁଭିସ୍ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏକ ଐତିହାସିକ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ବିଗ୍ ବଜେଟ୍ ମୁଭିର ନିର୍ଦ୍ଦେଶନା ଭାର ସମ୍ଭାଳିବେ ମହାନତି ଫେମ୍ ଡିରେକ୍ଟର ନାଗ୍ ଅଶ୍ୱିନ୍ ।

ପ୍ରାୟ ୪୦୦ କୋଟି ବଜେଟରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଆକ୍ସନ, ଆନିମେସନ୍ ଓ ଟାଇମ୍ ଟ୍ରାଭେଲ୍ ଭଳି ଏଲିମେଣ୍ଟ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ ଫିଲ୍ମର ସମସ୍ତ ଭାଗର ସୁଟିଂ ୟୁରୋପରେ ହେବ । (Courtesy- YouTube)

ତେବେ ଆଗାମୀ ଦିନରେ ପ୍ରଭାସ ଫିଲ୍ମ ରାଧେ ଶ୍ୟାମରେ ନଜର ଆସିବେ । ଏଥିରେ ପୂଜା ହେଗ୍‌ଡେ, ସଚ୍ଚିନ ଖେଡ୍‌କର, ମୁରଲି ଶର୍ମା, ଭାଗ୍ୟଶ୍ରୀ ଓ କୁନା ରୟ କାପୁରଙ୍କ ଭଳି ପପୁଲାର ଆକ୍ଟର ନଜର ଆସିିବେ । ତେବେ ଦେଖାଯାଉ ଶ୍ରଦ୍ଧା କାପୁରଙ୍କ ସହ ପ୍ରଭାସଙ୍କ ଅନ୍‌ସ୍କ୍ରିନ୍ ବଣ୍ଡିଂ ଫେଲ୍ ମାରିଥିଲାବେଳେ ଦୀପିକାଙ୍କ ସହ ତାଙ୍କ ଯୁଗଳବନ୍ଦୀ କେତେଦୂର ସଫଳ ହେଉଛି ।

Leave A Reply

Your email address will not be published.