Latest Odisha News

BREAKING NEWS

ଜୁଲାଇ ୩୧; ଓଟିଟି ପ୍ଲାଟଫର୍ମରେ ଏକାଠି ରିିଲିଜ୍ ହେବ ୪ଟି ଫିଲ୍ମ !

ମୁମ୍ବାଇ: ଜୁନ୍ ମାସରୁ ବଲିଉଡ ଆରମ୍ଭ କରିଥିଲା ଫିଲ୍ମର ଡିଜିଟାଲ ପ୍ରିମିଅର । କରୋନା ପାଇଁ ସିନେମା ହଲ୍‌ଠୁ ଆରମ୍ଭ କରି ମଲ୍‌ଟିପ୍ଲେକସ୍ ବି ବନ୍ଦ ପଡିଥିଲା । ପୂର୍ବରୁ ଗୋଟିଏ ଦିନରେ ଏକାଧିକ ଫିଲ୍ମ ରିିଲିଜ ହେବା କିଛି ବଡ କଥା ନଥିଲା । ହେଲେ ଓଟିଟି ପ୍ଲାଟଫର୍ମରେ ପ୍ରଥମ ଥର ପାଇଁ ଏକାଠି ୪ଟି ଫିଲ୍ମ ପରସ୍ପରକୁ ଦେବେ କଡା ଟକ୍କର ।

ଜୁଲାଇ ୩୧’ରେ ବିଦ୍ୟା ବାଲାନ୍‌ଙ୍କ ଫିଲ୍ମ ଶକୁନ୍ତଳା ଦେବୀ ଆମାଜନ୍ ପ୍ରାଇମ୍ ଭିଡିଓରେ ରିିଲିଜ୍ ହେବ । ସେହିଭଳି ନୱାଜୁଦ୍ଦିନ୍ ସିଦ୍ଧିକି, ରାଧିକା ଆପ୍ଟେ ଷ୍ଟାରର୍ ଫିଲ୍ମ ରାତ୍‌ ଅକେଲି ହୈ ଓ କୁନାଲ ଖେମୁଙ୍କ ଅଭିନୀତ ଲୁଟ୍‌‌କେସ୍ ନେଟ୍‌ଫ୍ଲିକ୍ସ ଓ ଡିଜନି ହଟ୍‌ଷ୍ଟାର୍‌ର ରିଲିଜ ହେବ । ଅନ୍ୟପଟେ ବିଦ୍ୟୁତ ଜାମ୍‌ୱାଲ୍‌ଙ୍କ ଫିଲ୍ମ ୟାରା ମାତ୍ର ୨୪ ଘଣ୍ଟା ପୂର୍ବରୁ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍‌ଧ ହେବ ।

ତେବେ ଏଠି ଖୋଲାଖୋଲି ଇନ୍‌‌କମ୍‌ ନୁହେଁ ବରଂ ନୂଆ ସବ୍‌ସ୍କ୍ରିପ୍ସନକୁ ନେଇ ଲଢେଇ ହେବ । ଅନ୍ୟପଟେ ଷ୍ଟାରକାଷ୍ଟ ବି ଫିଲ୍ମର ଭିୟର୍ସିପ୍‌କୁ ପ୍ରଭାବିତ କରିବ । ଏଥିପାଇଁ ଏକାଧିକ ଓଟିଟି ପ୍ଲାଟଫର୍ମ ବି ଦର୍ଶକଙ୍କୁ ମନଲୋଭା ଅଫର ଦେବାକୁ ପଛାଉନାହାନ୍ତି ।

Comments are closed.