Latest Odisha News

BREAKING NEWS

ଜାତୀୟ କ୍ରୀଡା ପୁରସ୍କାରରେ ରେକର୍ଡ ସଂଖ୍ୟକ ଆବେଦନ

ନୂଆଦିଲ୍ଲୀ:ଚଳତି ବର୍ଷ ଜାତୀୟ କ୍ରୀଡା ପୁରସ୍କାର ପାଇଁ ରେକର୍ଡ ସଂଖ୍ୟକ ଆବେଦନ ଆସିଛି । କ୍ରୀଡା ମନ୍ତ୍ରଣାଳୟ ନିକଟକୁ ୫୦୦ରୁ ଅଧିକ ଆବେଦନ ଆସିଥିବା ବେଳେ ୪୨ ଖେଳରତ୍ନ ପୁରସ୍କାର ପାଇଁ ରହିଛି । ଜୟଲକ୍ଷ୍ମୀ, ଅନୂସୁୟା, ସଭ୍ୟା, ସମ୍ପୂର୍ଣ୍ଣା ଓ ମଣିକନ୍ଦନ ପରି ଅପରିଚିତ ଖେଳାଳିମାନେ ମଧ୍ୟ ସମ୍ମାନଜନକ ରାଜୀବଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ନିଜକୁ ନିଜେ ନୋମିନେଶନ କରି ପଠାଇଛନ୍ତି ।

ଅର୍ଜୁନ ପୁରସ୍କାର ପାଇଁ ୨୧୫, ଦ୍ରୋଣାଚାର୍ଯ୍ୟ ସମ୍ମାନ ପାଇଁ ୧୪୦ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୮୧ ସଂଖ୍ୟକ ରେକର୍ଡ ଆବେଦନ ଆସିଛି । ଗତ ବର୍ଷ ସମୁଦାୟ ୨୪୦ ଆବେଦନ ଆସିଥିଲା । କରୋନା ଭାଇରସ ଯୋଗୁ ସରକାର ଖେଳାଳିମାନଙ୍କୁ ସିଧାସଳଖ ଆବେଦନ ପାଇଁ ଅନୁମତି ଦେବାରୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏ ସବୁ ସତ୍ୱେ ରୋହିତ ଶର୍ମା, ଅପୂର୍ବା ଚନ୍ଦେଲା, ହିମା ଦାସ, ରାନୀ ରାମପାଲ, କିଦାମ୍ବି ଶ୍ରୀକାନ୍ତ ଓ ଭିନେଶ ଫୋଗଟଙ୍କ ପରି ଚର୍ଚ୍ଚିତ ଖେଳାଳିଙ୍କ ନାମ ମଧ୍ୟ ଖେଳ ରତ୍ନ ପୁରସ୍କାର ପାଇଁ ରହିଛି ।

Comments are closed.