Latest Odisha News

BREAKING NEWS

ରାଜ୍ୟରେ ଆଉ ୬ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୨୦ରେ ପହଞ୍ଚିଛି ।

ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାୟଗଡାରୁ ୧ ଓ ଗଞ୍ଜାମ ଜିଲ୍ଲାର ୩, ଗଜପତିରୁ ୧ ଓ ଭଦ୍ରକରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରାୟଗଡାର ୭୧ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ଜନିତ ରୋଗରେ ପିଡିତ ଥିଲେ ।

ସେହିପରି ଗଞ୍ଜାମର ୩ ମୃତକଙ୍କ ମଧ୍ୟରେ ୪୪ ବର୍ଷ, ୫୯ ବର୍ଷ ଓ ୫୦ ବର୍ଷ ବୟସ୍କ ବ୍ୟକ୍ତି ରହିଛନ୍ତି । ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ଜଣକ ମଧୁମେହ ରୋଗରେ ପିଡିତ ଥିଲେ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ଭଦ୍ରକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଉଭୟ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ । ଏହାବ୍ୟତିତ ମୃତ୍ୟୁବରଣ କରିଥିବା ଗଜପତିର ଜଣେ ବ୍ୟକ୍ତିଙ୍କର ବୟସ ୫୩ ବର୍ଷ ବୋଲି ଜଣାପଡିଛି।

Leave A Reply

Your email address will not be published.