ଜୟପୁର: କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କୋରାପୁଟ ପ୍ରଶାସନ ଜୁଲାଇ ୨୪ ମଧ୍ୟରାତ୍ରିରୁ ଜୁଲାଇ ୨୮ ଯାଏଁ ଜୟପୁର ମ୍ୟୁନିସିପାଲିଟି କୁ ସଟଡାଉନ୍ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।
ଏହି ସଟଡାଉନ୍ ଅବଧି ମଧ୍ୟରେ ମେଡିକାଲ୍, ପୋଲିସ, ଅଗ୍ନିଶମ, ଟେଲିକମ୍, ଡାକ ସେବା, ପରିମଳ, ପାନୀୟ ଜଳ, ଏଟିଏମ୍ , ମାଲ୍ ପରିବହନ ଗାଡି, କୃଷି କାର୍ଯ୍ୟକଳାପ, ଏଲପିଜି ଗ୍ୟାସ୍ ବଣ୍ଟନ, ପେଟ୍ରୋଲ ପମ୍ପ ଭଳି ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଏଥିସହିତ ଡାକ୍ତରଖାନାକୁ ଯାତୟାତ ପାଇଁ ସମସ୍ତ ପ୍ରକାରର ପରିବହନ ସାମିଲ ରହିଛି ।
ଆହୁରି ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାଙ୍କ ସହ ଜାତୀୟ ରାଜପଥରେ ଥିବା ଗ୍ୟାରେଜ, ଟାୟାର ଏବଂ ଯନ୍ତ୍ରପାତି ପାର୍ଟସ ଦୋକାନକୁ ସକାଳ ୮ ଟାରୁ ଦିନ ୨ଟା ଯାଏଁ ଖୋଲା ରହିବାକୁ ଅନୁମତି ପ୍ରଦାନ କରିଛନ୍ତି ।
Comments are closed.