Latest Odisha News

ୟୁଏଇରେ ଆଇପିଏଲ, ସେପ୍ଟେମ୍ବର ୧୯ରୁ ଆରମ୍ଭ : ବ୍ରିଜେଶ ପଟେଲ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍ ୟୁଏଇରେ ସେପ୍ଟମ୍ବର ୧୯ରୁ ଆରମ୍ଭ ହେବ ବୋଲି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶୁକ୍ରବାର କହିଛନ୍ତି । ଆସନ୍ତା ସପ୍ତାହରେ ହେବାକୁ ଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅନ୍ତିମ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ବିସିସିଆଇ ସମସ୍ତ ଫ୍ରାଂଚାଇଜଗୁଡିକୁ ଅନୌପଚାରିକ ଭାବେ ଜଣାଇଛି । ସେପ୍ଟମ୍ବର ୧୯ରୁ ନଭେମ୍ବର ୮ରେ ଏହା ଆୟୋଜିତ ହେବ । ବିସିସିଆଇ ଏ ନେଇ ୟୁଏଇ ବୋର୍ଡକୁ ଚିଠି ଲେଖିଛି । କୋଭିଡ-୧୯ ମହାମାରୀ ବିରୋଧରେ ଏକ ଏସଓପି ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଷ୍ଟାଡିୟମରେ ଦର୍ଶକ ଉପଭୋଗ କରିବେ କି ନାହିଁର ନିଷ୍ପତି ୟୁଏଇ ସରକାର ନିଷ୍ପତି ନେବେ । ଦୁବାଇ ଇଂଟରନ୍ୟାସନାଲ, ସେଖ ଜାଏଦ ଓ ଶାରଜା ଗ୍ରାଉଣ୍ଡରେ ମ୍ୟାଚଗୁଡିକ ଆୟୋଜନ ହେବ । ଗୁରୁବାର ଆଇପିଏଲ କାର୍ଯ୍ୟସୂଚୀରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ବ୍ରିଜେଶ ସ୍ପଷ୍ଟ କରିଥିଲେ ।

Comments are closed.