Latest Odisha News

BREAKING NEWS

ଚଳିତ ବର୍ଷ ରାଜଭବନରେ ହେବନି ‘ଆଟ୍ ହୋମ୍’ ସେଲିବ୍ରେସନ

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ‘ଆଟ୍ ହୋମ୍’ ସେଲିବ୍ରେସନ ନକରିବାକୁ ରାଜ୍ୟପାଳ ଗଣେଶୀ ଲାଲ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଜନସମାଗମ ଓ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଥିଲେ।

ସ୍ୱାଧୀନତା ଦିବସ ପାଳନ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଆଡଭାଇଜରୀରେ ସମସ୍ତ ସରକାରୀ କାର‌୍ୟ୍ୟାଳୟ, ରାଜ୍ୟ ତଥା ରାଜ୍ୟପାଳଙ୍କୁ ଜନସମାଗମରୁ ଦୂରେଇ ରହିବାକୁ କୁହାଯାଇଥିଲା।

ଗତ ବର୍ଷ ମଧ୍ୟ ବାତ୍ୟା ଫନି ଯୋଗୁଁ ଗଣେଶୀ ଲାଲ ରାଜ ଭବନରେ ‘ଆଟ୍ ହୋମ୍’ ପାର୍ଟିକୁ ବାତିଲ କରିଥିଲେ।

Leave A Reply

Your email address will not be published.