Latest Odisha News

BREAKING NEWS

ପୋଲିସ ହାବୁଡରେ କରୋନା ବାବା !

ହାଇଦ୍ରାବାଦ: କରୋନା ଭାଇରସ୍‌ର ଚିକିତ୍ସା କରିବା ନେଇ ପ୍ରଚାର ଜଣେ ଭଣ୍ଡବାବାକୁ ମହଙ୍ଗା ପଡିଛି । ଲୋକଙ୍କୁ ଠକିବା ଅଭିଯୋଗରେ ଜଣେ ଭଣ୍ଡବାବା ଓ ତାଙ୍କ ସହଯୋଗୀ ହାଇଦ୍ରାବାଦରେ ଗିରଫ ହୋଇଛନ୍ତି ।

କରୋନା ବାବା ଭାବେ ପରିଚିତ ମହମ୍ମଦ ଇସ୍ମାଇଲ ଓ ତାଙ୍କ ସହଯୋଗୀଙ୍କୁ ଶନିବାର ସାଇଦ୍ରାବାଦ ପୋଲିସ ଗିରଫ କରିଛି । ଠକାମୀ ଓ ମହାମାରୀ ଧାରା ଅନୁଯାୟୀ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି । ହାଇଦ୍ରାବାଦର ହାଫିଜ୍‌ପେଟ୍ ଅଂଚଳରେ କରୋନା ବାବାର କାରନାମା ବିଷୟରେ ଖବର ପାଇବା ପରେ ମିୟାପୁର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ମିଥ୍ୟା ପ୍ରାର୍ଥନା ଓ ହ୍ୱାଟ୍ସସ୍‌ଆପ୍ ଗ୍ରୁପରେ କରୋନାକୁ କାବୁ କରିବା ନେଇ ଗୁଜବ ପ୍ରଚାର କରିଥିଲେ କରୋନା ବାବା । ଲୋକଙ୍କ ମନରେ ଭୟ ସଂଚାର କରି ମହମ୍ମଦ ଇସ୍ମାଇଲ୍ ଜଣକ ପିଛା ୧୨ରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଠକିଥିବା ଜଣାପଡିଛି ।

Leave A Reply

Your email address will not be published.