Latest Odisha News

କର୍ମଚାରୀ କରୋନା ସଂକ୍ରମିତ ପରେ ନିଶ୍ଚିତକୋଇଲି ବ୍ଲକ ଅଫିସ ବନ୍ଦ

କଟକ: ତିନି ଦିନ ବନ୍ଦ ରହିବ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଫିସ । ୧୭ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ପ୍ରଶାସନ । ସୂଚନା ଦେଇଛନ୍ତି ନିଶ୍ଚିତକୋଇଲି ବିଡିଓ ।

ପଜିଟିଭ୍ ଚିହ୍ନଟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି । ସେମାନଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ବ୍ଲକ୍ ଅଫିସ ଆସିଥିବା ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାପରେ ବ୍ଲକ ଅଫିସ ବନ୍ଦ ପାଇଁ ନିଷ୍ପତ୍ତି ନେବା ସହ ଏହି ସମୟରେ ଅଫିସ ପରିସରକୁ ବିଶୋଧନୀକରଣ କରାଯିବ । ତିନି ଦିନ ଅଫିସ ନଆସିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ସ୍ଥାନୀୟ ପ୍ରଶାସନ ।

Leave A Reply

Your email address will not be published.