Latest Odisha News

BREAKING NEWS

ଭୁବନେଶ୍ୱରରୁ ପୁଣି ୧୫୯ ସଂକ୍ରମିତ ଚିହ୍ନଟ, ୧୦୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧୮ ଜଣ ଥିବା ବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଂଚିଛି । ସେହିପରି ୧୦୧୧ ସୁସ୍ଥ ହୋଇଥିବା ବେଳେ ୧୧୨୫ଟି ଆକ୍ଟିଭ କେସ୍ ରହିଛି । ବର୍ତ୍ତମାନ ଯାଏଁ କରୋନାରେ ୧୨ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.