Latest Odisha News

BREAKING NEWS

ରାମ ମନ୍ଦିରର ଗର୍ଭ ଗୃହର ୨୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ

ଅଯୋଧ୍ୟା: ଅଯୋଧ୍ୟାରେ ଖୁୂବ୍ ଶୀଘ୍ର ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯିବ । ଏହାର ଇତିହାସ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ମନ୍ଦିରର ଗର୍ଭଗୃହର ୨୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ । ଏଥିରେ ମନ୍ଦିର ସମ୍ପୂର୍ଣ୍ଣ କାର୍ଯ୍ୟଶୈଳୀ ସହିତ ଆବଶ୍ୟକ ଡାଟା ରହିବ । ଭବିଷ୍ୟରେ ଯେପରି ଏହାକୁ ନେଇ କୌଣସି ପ୍ରକାର ବିବାଦ ସୃଷ୍ଟି ନ ହେବ ସେଥିନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଦସ୍ୟ କାମେଶ୍ୱର ଚୌପାଲ ଏହି ସୂଚନା ଦେଇଛନ୍ତି । ୩ଅଗଷ୍ଟରେ ବୈଦିକ ଅନୁଷ୍ଠାନ ଓ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିରର ଆଧାରଶିଳା ରଖିବେ । ମନ୍ଦିରକୁ ମଜଭୁତ କରିବା ପାଇଁ ୨୦୦ ଫୁଟ ତଳୁ ମାଟିର ନମୂନା ନିଆଯାଇଛି ।

Leave A Reply

Your email address will not be published.