Latest Odisha News

BREAKING NEWS

କଟକରେ ୬ ଶହ ଟପିଲା କରୋନା ଆକ୍ଟିଭ କେସ୍‌

କଟକ: କଟକରେ ସୋମବାର ଦିନ ୧୩୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮୨୫ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ ।

ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ୬୫ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ସେହିପରି ବାଙ୍କିରୁ (୧୪), ବାରଙ୍ଗ (୨), ଡମପଡା (୧୨), ମାହାଙ୍ଗା (୩), ଏନ୍‌. କୋଇଲିରୁ (୨୪), ନରସିଂହପୁରରୁ (୧), ନିଆଳି (୧), ସଦରରୁ (୨), ଟାଙ୍ଗି (୧) ଓ ଟିଗିରିଆରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୬୬୫ଟି ସକ୍ରିୟ ମାମଲା ରହିଥିବା ବେଳେ ୧୧୪୭ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୧୦ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.