Latest Odisha News

BREAKING NEWS

ଡୋପ ଟେଷ୍ଟରେ ଧରାପଡି ୨ ବର୍ଷ ବାସନ୍ଦ ହେଲେ ବାଂଲାଦେଶୀ ବୋଲର କାଜି ଇସଲାମ

ଢ଼ାକା: ବାଂଲାଦେଶର ଯୁବ ପେସ ବୋଲର କାଜି ଇସଲାମ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ବାଂଲାଦେଶ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି । ୨୦୧୮ରେ ଏହି ଟେଷ୍ଟ କରାଯାଇଥିଲା । ଜାତୀୟ କ୍ରିକେଟ ଲିଗ୍‌ରେ କରାଯାଇଥିବା ଡୋପ ଟେଷ୍ଟରେ ମଧ୍ୟ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପରେ ସେ ବାଂଲାଦେଶ ପକ୍ଷରୁ ସର୍ବାଧିକ ଉଇକେଟ ଅକ୍ତିଆର କରିଥିଲେ । କାଜି ନିଜ ଦୋଷ ସ୍ୱୀକାର କରିଛନ୍ତି । ତାଙ୍କ ଦଣ୍ଡାଦେଶ ୮ ଫେବୃୟାରୀ ୨୦୧୯ରୁ ଆରମ୍ଭ ହେବ ।

Leave A Reply

Your email address will not be published.